Home Breaking News / ତାଜା ଖବର କୁଲାଡ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

କୁଲାଡ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର ( ରଙ୍କନିଧି ଦାଶ ): ଭଞ୍ଜନଗର ବ୍ଲକ ର କୁଲାଡ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ ହେଇ ଯାଇଅଛି. ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କୁଲାଡ଼ ପଂଚାୟତ ର ହିତାଧିକାରୀ ଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ଏବଂ କହିଥିଲେ ଯେ ଏହି ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ହିତାଧିକାରୀ ମାନେ ଉନ୍ନତ ମାନର ସେବା ପାଇପାରିବେ. କାର୍ଯ୍ୟକ୍ରମରେ ଭଞ୍ଜନଗର ବିଡିଓ ଅନିଲ କୁମାର ସେଠି, ବ୍ଲକ ଉପାଧ୍ୟାକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ସିଡିପିଓ ବିଷ୍ଣୁ ପ୍ରିୟା ସେଠି, ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଜେଇ ପ୍ରସନ୍ନ କୁମାର ସାହୁ, ସମାଜସେବୀ ଭି. ରାଜୀବ ଲୋଚନ ରାଜୁ, ଯୁବନେତା ବୁଲୁ ରାଜୁ, ଭଗବାନ ରଥ ପ୍ରମୁଖ ଯୋଗ ଦେଇଥିଲେ. ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ.

related posts

Leave a Comment