Home Breaking News / ତାଜା ଖବର ରାୟଗଡା ଷ୍ଟୋନ କ୍ରସର ସଂଘର କର୍ମକର୍ତ୍ତା ଚୟନ

ରାୟଗଡା ଷ୍ଟୋନ କ୍ରସର ସଂଘର କର୍ମକର୍ତ୍ତା ଚୟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ ବ୍ଲକ-୧୬/୧୨-(ରମେଶ ଚୌରସିଆ)-ରାୟଗଡ ଜିଲ୍ଲାର ସରକାରୀ ଭାବେ ପଞ୍ଜିକୃତ ହେଇଥିବା ପଥର କୁଆଁରୀ ସଂଘର କର୍ମକର୍ତ୍ତା ଚୟନ କରାଯାଇଛି। ଏହି ବୈଠକରେ କ୍ରସର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କିପରି କରାଯାଇ ପାରିବ ସେଥି ଲାଗି ପରିଚାଳନା କମିଟିର ଆବଶ୍ୟକ ମନେକରି ସମସ୍ତେ ଏକତ୍ର ହୋଇ ଏକ କମିଟି ଚୟନ କରାଯାଇଛି। ଏହି କମିଟି ରସଭାପତି ଭାବେ କାଶୀ ନାଇଡୁ, ଉପ ସଭାପତି ଭାବେସାମଲ ବାବୁ ,ସମ୍ପାଦକ ବି ଡାଲି ରାଜୁ, ନ୍ୟାୟିକ ପରାମର୍ଶ ଦାତା ଭାବେ ମଙ୍ଗଳ ମୂର୍ତ୍ତି ବେଉରିଆ ଭାବେ ସର୍ବ ସମତି କ୍ରମେ ଚୟନ କରାଯାଇ ଥିବା କମିଟି ପକ୍ଷରୁ କୁହାଯାଇଛି। ଏହି ପରିଚାଳନା କମିଟି ଦ୍ୱାରା କ୍ରସର ମାନଙ୍କର ଅଫିସ ର ସମସ୍ୟା, ଦୁର୍ବୁତ୍ତ ମାନଙ୍କ ଦୌରାତ୍ମ୍ୟ ରୁ, କର୍ମଚାରୀ, ଶ୍ରମିକ ମାନଙ୍କ ସମସ୍ୟା କିପରି ସମାଧାନ ହେଇ ପାରିବ ସେନେଇ ସମସ୍ତଙ୍କ ସହଯୋଗରେ ସମାଧାନ କରିବାକୁ ସଦା ସର୍ବଦା ଚେଷ୍ଟିତ ରହିବ ବୋଲି ନୂତନ ଭାବେ ଚୟନ ହେଇଥିବା ସଭାପତି ଶ୍ରୀ ନାଇଡୁ ବାବୁ କହିଛନ୍ତି। ସୂଚନା ଯୋଗ୍ୟ ଏହିକିଯେ ଏହି ବୈଠକ ରାୟଗଡ ସଦର ମହକୁମା ସ୍ଥିତ ହୋଟେଲ ତେଜସ୍ୱିନୀରେ ଅନୁଷ୍ଠିତ ହୋଇଥିଲା ଏଥିରେ ରମେଶ ଚୌରସିଆ ଓ ଅନ୍ୟ ୩୬ ଜଣ ଯୋଗ ଦେଇଥିଲେ।

related posts

Leave a Comment