Home Breaking News / ତାଜା ଖବର ମାଡି ଆସୁଛି ମହାକାଶୀୟ ବିପଦ, ଆଗାମୀ ୪୮ ଘଂଟା ଯାଏଁ ବିପଦ ସତର୍କ କରାଇଲେ ବୈଜ୍ଞାନିକ

ମାଡି ଆସୁଛି ମହାକାଶୀୟ ବିପଦ, ଆଗାମୀ ୪୮ ଘଂଟା ଯାଏଁ ବିପଦ ସତର୍କ କରାଇଲେ ବୈଜ୍ଞାନିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୃଥିବୀ ପାଇଁ ଆସନ୍ତା ୪୮ ଘଂଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଆମେ ଯେଉଁ ପୃଥିବୀରେ ରହୁଛେ, ବସବାସ କରୁଛେ ତା ଆଡକୁ ମାଡି ଆସୁଛି ବିଶାଳ ମହାକାଶୀୟ ପଥରଖଣ୍ଡ । ଆସନ୍ତା ୪୮ ଘଂଟା ଏହି କାରଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଜ୍ଞାନିକ ଚେତାଇ ଦେଲେଣି । ଆମେରିକା ମହାକାଶ ଗବେଷଣା ନାସା ପୃଥିବୀ ଆଡକୁ ମାଡି ଆସୁଥିବା ଏକ ବିଶାଳ ଆଷ୍ଟ୍ରଏଡ ବା ପଥରଖଣ୍ଡକୁ ଠାବ କରିଛି । ଏହାର ନାମକରଣ ୨୦୦୩ ଏସଡି ୨୨୦ ରଖାଯାଇଛି । ନାସାର ଆମିସ ଏକ୍ସପ୍ଲୋରେସନ ସେଂଟର ଏହାକୁ ବିପଦଜନକ ମହାକାଶୀୟ ପଥରଖଣ୍ଡ ଶ୍ରେଣୀରେ ସ୍ଥଅକୁ ପ୍ରଥମେ ଠାବ କରିଥିଲା ।
୨୦୦୩ ଏସଡି ୨୨୦ ନାମକ ଏହି ବିଶାଳ ମହାକାଶୀୟ ପଥର ଖଣ୍ଡଟି ଶୁକ୍ର ଏବଂ ପୃଥିବୀ ମଧ୍ୟରେ ରହିଥିବା କକ୍ଷ ପଥର ଘୁରି ବୁଲୁଛି । ପ୍ରତ୍ୟକ ୪ ମାସରେ ସୂର୍ଯ୍ୟ ଚାରିପାଖରେ ଏହା ଥରେ ପରିକ୍ରମା କରିଛି । ପ୍‌୍ରଥମ ଥର ପାଇଁ ୨୦୦୩ ମସିହାରେ ଏହି ମହାକାଶୀୟ ପଥରଟିକୁ ଠାବ କରାଯାଇଥିଲା । ମହାକାଶ ବିଜ୍ଞାନୀ ଏହାକୁ ଟେଲିସ୍କୋପ୍ ଜରିଆରେ ଠାବ କରିଥିଲେ । ଏହାକୁ ଅନୁଧ୍ୟାନ କରିବା ପରେ ଏହାକୁ ବିପଦଜନକ ବର୍ଗରେ ସ୍ଥାନ ଦିଆଯାଇଛି । ଏହି ମହାକାଶୀୟ ପଥର ଖଣ୍ଡଟି ପ୍ରାୟ ୧ କିଲୋମିଟର ଅଂଚଳ ପରିବ୍ୟାପ୍ତ ହେବ । ଶେଷ ଥର ପାଇ ଁ୨୦୧୮ ମସିହା ଡିସେମ୍ୱର ୨୨ ତାରିଖରେ ଏହାକୁ ଠାବ କରାଯାଇଥିଲା । ସେତେବେଳେ ଏହା ପୃଥିବୀ ଠାରୁ ୧୬.୧୫ ଲକ୍ଷ କିମି ଦୂରରେ ରହିଥିଲା । ଅର୍ଥାତ୍ ଭାରତ ଠାରୁ ଚନ୍ଦ୍ର ଯେତିକି ଦୂରରେ ରହିଛି ତାହା ଠାରୁ ୬ ଗୁଣ ଅଧିକ ଦୂରତାରେ ଥିଲା । ଏହି ମହାକାଶୀୟ ପଥର ଖଣ୍ଡ ନିକଟକୁ ନାସା ରୋବଟ ପଠାଇ ଏହା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ନେଇ ଯୋଜନା ରଖିଛି । ଆସନ୍ତା ୪୮ ଘଂଟା ମଧ୍ୟରେ ଏହି ବିଶାଳ ମହାକାଶୀୟ ପଥର ଖଣ୍ଡ ଟି ପୃଥିବୀ ଠାରୁ ୬୪ ଲକ୍ଷ କିମି ଦୂରରେ ଅତିକ୍ରମ କରିବ । ଅନ୍ତରୀକ୍ଷରେ କୋଟି କୋଟି କିଲୋମିଟର ଦୂରତାକୁ ବିପଦପୂର୍ଣ୍ଣ ବୋଲି ଧରା ଯାଇନଥାଏ । କାରଣ ଏହି ପଥରଖଣ୍ଡର ଗତିପଥରେ ମାତ୍ର ଗୋଟିଏ ଡିଗ୍ରୀ ପରିବର୍ତନ ହୋଇଗଲେ ତାହା ପୃଥିବୀ ଆଡକୁ ଗତି କରିବା ସଂଭାବନା ରହିଥାଏ । ଏହି କାରଣରୁ ଏହି ମହାକାଶୀୟ ବସ୍ତୁ ଗୁଡିକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖିଥାନ୍ତି ନାସା ବୈଜ୍ଞାନିକ ।

related posts

Leave a Comment