Home Breaking News / ତାଜା ଖବର ଶ୍ରୀମଦ ଭଗବତ ଗୀତା ଜୟନ୍ତୀରେ ସମ୍ପୂର୍ଣ୍ଣ ଗୀତା ପରାୟଣ

ଶ୍ରୀମଦ ଭଗବତ ଗୀତା ଜୟନ୍ତୀରେ ସମ୍ପୂର୍ଣ୍ଣ ଗୀତା ପରାୟଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୬/୧୨-(ଧନେଶ୍ବର ରାଉତ)- ଭାରତ ଦର୍ଶନ ଓ ଜୀବନ ଦର୍ଶନର ଗ୍ରନ୍ଥ ତଥା ଭଗବାନ ଶ୍ରୀକୃଷ୍ଣ ଙ୍କ ମୁଖୁ ନିସୃତ ବାଣୀ ଶ୍ରୀମଦ ଭଗବତ ଗୀତା ଙ୍କ ୫୧୫୧ ତମ ଜନ୍ମ ଦିବସକୁ ଧୁମ ଧାମରେ ପାଳନ କରାଯାଇଛି। ଯଜ୍ଞାନୁଷ୍ଠାନ ସହ ଅନ ଯଜ୍ଞ ଓ ପ୍ରବଚନ କରି ଲୋକଙ୍କୁ ଗୀତା ମାହାତ୍ମ୍ୟ ଉପରେ ଲୋକଙ୍କୁ ଅବଗତ କରାଯାଇଛି । ଏହିଭଳି ମାଙ୍ଗଳିକ କାର୍ଯ୍ୟ ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ଗ୍ରାମର ହରିଓଁ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଆୟୋଜିତ ହେଇଯାଇଛି। ଏହି ମାଙ୍ଗଳିକ କାର୍ଯ୍ୟକ୍ରମଗତ ୧୫ ତାରିଖ ଦିନ ଅରମ୍ବ ହେଲା ପ୍ରଥମେ ଅଧିବାସ କର୍ମ ଓ କଳସ ଯାତ୍ରା ନଗର ସଂକୀର୍ତ୍ତନ ଗଙ୍ଗା ଆବାହନ କରି କଳସ ସ୍ଥାପନ କରିଥିଲେ। ରାତ୍ର ୭ ଟା ସମୟ ଠାରୁ କ୍ରାନ୍ତୀ ସ୍ୱରୂପା ନନ୍ଦ ଗିରି ଦେବଗିରି ଙ୍କ ପ୍ରବଚନ କରାଯାଇଥିଲା। ଗୀତା ଜନ୍ମ ର ରହସ୍ୟ କେଉଁ ପରିସ୍ଥିତିରେ ହେଇଥିଲା ତାର ରହସ୍ୟ ଜୀବନ ଆଧାର କଣ ଉପସ୍ଥିତ ଭକ୍ତ ମଣ୍ଡଳୀଙ୍କୁ କହିଥିଲେ। ସେହିଭଳି ୧୬ ତାରିଖ ଦିନ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜି ଙ୍କ ମାର୍ଗ ଦର୍ଶନରେ ଜେ କେ ପୁର ମାତୃ ମଣ୍ଡଳୀର ସହାୟତାରେ ଅଠର ଅଧ୍ୟାୟ ଭାଗବତ ଗୀତା ପାରାୟଣ କରାଯାଇଥିଲା। ଯୋଗୀଶ୍ରୀ ଗୀତା ମାହାତ୍ମ୍ୟ ବିଷୟରେ ଭକ୍ତ ମଣ୍ଡଳୀଙ୍କୁ ବୁଝାଇ ଥିଲେ। କହି ଥିଲେ କି ନଶ୍ୱର ଜଗତେ ଈଶ୍ୱର ସତା ହିଁ ଏକ ମାତ୍ର ସତ୍ୟ ଆତ୍ମା ଅବିନାଶୀ ତାହାର ମୃତ୍ୟୁ ନାହିଁ ଆତ୍ମା ମାତ୍ର ଘଟ ପରିବର୍ତ୍ତନ କରିଥାଏ ତେଣୁ ଈଶ୍ୱରଙ୍କୁ ପାଇବା ପାଇଁ ଅଧିକ ଜାଗ୍ରତ ହେଲେ ସୁଖ ଶାନ୍ତି ମିଳିବ ବୋଲି କହିଥିଲେ। ସେହିଭଳି ବିଶ୍ୱ କଲ୍ୟାଣ ସାଧନ କେନ୍ଦ୍ର ତରଫରୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲିଖନ ବହି ବଣ୍ଟନ କରାଯାଇଥିଲା। ଅଠର ଅଧ୍ୟାୟ ପାରାୟଣ ପରେ ଅନ୍ନ ଯଜ୍ଞ କରାଯାଇଥିଲା ୧୦୦୦ ରୁ ଅଧିକ ଭକ୍ତ ପ୍ରସାଦ ସେବନ କରୁଥିଲେ। ସିକର ପାଇ ଗ୍ରାମର ହରିଓଁ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଆୟୋଜିତ ଏହି ଯଜ୍ଞାନୁଷ୍ଠାନ ରେ ମୁଖ୍ୟ ବାସୁଦେବ ମାର୍ଥା ,କନ୍ତରୁ ଖଣ୍ଡରିଆ, ଖଗେଶ୍ୱର ଖଣ୍ଡରିଆ, ବ୍ରହ୍ମଚାରୀ କଳ୍ପତରୁ ଦାସ, ବରିଷ୍ଟ ସଂକୀର୍ତକ ସୁରେନ୍ଦ୍ର ମାର୍ଥା, ବିଶ୍ୱନାଥ ମାର୍ଥା, ଓ ଅନ୍ୟ ସଦସ୍ୟଙ୍କ ସହଯୋଗ ରେ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା। ସେହିଭଳି ରାୟଗଡର ସମାଜ ସେବୀ ରାଜେନ୍ଦ୍ର ସାହୁ, ଗୀତା ପାରାୟକ ତ୍ରିନାଥ ସାହୁ, ଆଲୁ ଶଙ୍କର ରାଓ, ଓ ମାତୃ ମଣ୍ଡାଳି ଯୋଗ ଦେଇଥିଲେ। ଏହିଭଳି ଗୀତା ଯଜ୍ଞ କରିବା ଦ୍ୱାରା ଗ୍ରାମରେ ଶାନ୍ତି ବାତାବରଣ ଆସିବା ସହ ସର୍ବ ରିଷ୍ଠ ଖଣ୍ଡନ ହୁଏ, ଏହି ଅଭିନବ ପ୍ରୟାସକୁ ସ୍ଥାନୀୟ ଲୋକମାନେ ଭୁରିୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ଆହୁରି ଆଗକୁ ଜାରି ରଖିଲେ ଅଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇପାରିବ ମତ ପ୍ରକାଶ ପାଇଛି।

related posts

Leave a Comment