Home Breaking News / ତାଜା ଖବର ସିକାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ସିକାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋଲନରା-୧୬/୧୨-(ଅଜୟ ମାଣ୍ଡଙ୍ଗି)-ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସିକାବାଡିସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅର୍ଥ ହେର ଫେର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କାରୀ ନିଜେ ଶିକ୍ଷା କମିଟି ସଭାପତି ନୀକୁଞ୍ଜ ବିହାରୀ କୁମ୍ବୁରିକା ଙ୍କ କହିବା ଅନୁଯାୟୀ ଏହି ବିଦ୍ୟାଳୟର ଅନେକ ପ୍ରକାର ଅର୍ଥକୁ ଆତ୍ମସାତ କରିଥିବା ଜଣାପଡ଼ିଛି। ଖେଳ ସାମଗ୍ରୀ, କିଚେନ ଗାର୍ଡେନ,ବାସନ କୁସନ କିଣା, କମ୍ପୋଜିଟ,ଡାଟା ପ୍ୟାକ ପାଇଁ ଅନେକ ଟଙ୍କା ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ଏହି ବିଦ୍ୟାଳୟକୁ ଚଳିତ ବର୍ଷ ପ୍ରଦାନ କରାଯାଇଥିଲା । ଏହି ସବୁ ଟଙ୍କା ବିଦ୍ୟାଳୟରେ କିଛି କାମ ନ କରି ହଡପ କରିଥିବା ଜଣା ପଡ଼ିଛି। ଖେଳ ସାମଗ୍ରୀ କିଣିବା ପାଇଁ ୨୦ ହଜାର,କମ୍ପୋଜିଟ ପାଇଁ ୫୦ ହଜାର,ବାସନ କୁସନ କିଣିବା ପାଇଁ ୧୫ ହଜାର,କିଚେନ ଗାର୍ଡେନ ପାଇଁ ୫୦୦୦,ଡାଟା ପ୍ୟାକ ପାଇଁ ୧୮୦୦ ଟଙ୍କା କୁ ଦୁଇଟି କିସ୍ତିରେ ପ୍ରଦାନ କରାଯାଇଛି। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାମନ୍ତରାୟ ଏହାକୁ ନିଜେ ହଡପ କରି ପିଲାଙ୍କୁ ଠକିବା ସହ ଉପରିସ୍ଥ କର୍ମଚାରୀଙ୍କୁ ହାତ ଗୁଂଜା ଦେଇ ଚୁପ କରାଇଥିବା ଜଣା ପଡ଼ିଛି। ଏପରିକି ବିଦ୍ୟାର୍ଥୀ ମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ କୁ ଲୋକଙ୍କ ଟିପ ଚିହ୍ନ ନେଇ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି। ଯେ କେହି ପଚାରିଲେ ବି ସଠିକ କଥା କହୁ ନ ଥିବା ଜଣା ପଡ଼ିଛି । ଏହି ବାଟ ମାରଣା ର ତଦନ୍ତ କଲେ ଅନେକ ଘୋଟଲା ଥିବା ଜଣା ପଡିବ ବୋଲି ଶିକ୍ଷା କମିଟି ଗଣ ମାଧ୍ୟମ ଦ୍ୱାରା ଅଭିଯୋଗ କରିଛନ୍ତି। ମାତ୍ର କେତେଟା ଖେଳ ସାମଗ୍ରୀ କିଣି ଦେଇ ସବୁ ଟଙ୍କା ବ୍ୟୟ ହେଇଛି ବୋଲି କହିଛନ୍ତି ଏପରିକି ଶିକ୍ଷା କମିଟି ସଭାପତିଙ୍କ ନଜରକୁ ନ ନେଇ ଏଭଳି କାମ କରିଛନ୍ତି ତେଣୁ ଶିକ୍ଷା କମିଟି ଏହାରତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହ ବିଦ୍ୟାଳୟରେ ତାଲା ପକାଇ ବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ବିଦ୍ୟାଳୟର ବନ୍ଦ ଥିବା ଯୋଗୁଁ ଏହି ବିଷୟ ଚାପିଦେବାକୁ ଚେଷ୍ଟା କରାଯାଉଛି ତେଣୁ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରା ଯିବାକୁ ସାଧାରଣରେ ଦାବୀ ହେଉଛି।

related posts

Leave a Comment