Home Breaking News / ତାଜା ଖବର ଖସୁଛି ପାରଦ, ଆହୁରି ୪-୫ ଦିନ ଥରିବ ଓଡିଶା

ଖସୁଛି ପାରଦ, ଆହୁରି ୪-୫ ଦିନ ଥରିବ ଓଡିଶା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟରେ ଥଣ୍ଡା ଲହରି ଆରମ୍ଭ ହୋଇଛି । ଦୁଇ ଚାରି ଦିନରେ ଆହୁରି ଖସିବ ରାତିର ତାପମାତ୍ରା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଆହୁରି ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ ସମ୍ଭାବନା । ଫଳରେ ଆଗାମୀ ୪-୫ ଦିନ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ବାୟୁମଣ୍ଡଳର ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ ସହ ପାଗ ଧୁଆଁଳିଆ ରହିବ ବୋଲି ପାଣିପାଗ ବିଭାଗ କହିଛି ।

related posts

Leave a Comment