Home Breaking News / ତାଜା ଖବର ପଶ୍ଚିମବଙ୍ଗରେ ପଶିଲା ଓମିକ୍ରନ

ପଶ୍ଚିମବଙ୍ଗରେ ପଶିଲା ଓମିକ୍ରନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଲିକତା : ପଶ୍ଚିମବଙ୍ଗରେ ପଶିଛି କରୋନାର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ। ରାଜ୍ୟର ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ଅଞ୍ଚଳର ଜଣେ ୭ ବର୍ଷୀୟ ଶିଶୁ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଶିଶୁଟି ପରିବାର ଲୋକଙ୍କ ସହ ଦୁବାଇ ଆବୁଧାବି ବମାନବନ୍ଦର ଦେଇ ହାଇଦ୍ରାବାଦ ଫେରିଥିଲା।

ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ପରୀକ୍ଷା ହୋଇଥିଲା। ଆର୍‌ଟିପିସିଆର୍‌ ଟେଷ୍ଟରେ ଶିଶୁଟିର କରୋନା ପଜିଟିଭ୍ ଆସିଥିଲା । ଏହାପରେ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ଟେଷ୍ଟ ପରେ ଶିଶୁଟି ପରିବାର ସହ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ନିଜ ଗାଁକୁ ପଳାଇଆସିଥିବା ବେଳେ ଆଜି ହାଇଦ୍ରାବାଦ ବିମାନ ବନ୍ଦର ପକ୍ଷରୁ ଶିଶୁଟି ଓମିକ୍ରନରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ସରକାର ଏବଂ ମୁର୍ଶିଦାବାଦ ଜିଲ୍ଲା ମେଡ଼ିକାଲ କଲେଜକୁ ଏନେଇ ମଧ୍ୟ ହାଇଦ୍ରାବାଦ ବିମାନ ବନ୍ଦର କତ୍ତୃପକ୍ଷ ଅବଗତ କରାଇଛନ୍ତି। ବର୍ତ୍ତମାନ ଶିଶୁଟି ନିଜ ଘରେ ହୋମ୍ ଆଇସୋଲେଶନ ରେ ରହିଛି ଏବଂ ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

related posts

Leave a Comment