Home Breaking News / ତାଜା ଖବର ନିମ୍ନମାନର ରାସ୍ତା କରି ଯନ୍ତ୍ରୀ ଠିକାଦାର ଲୁଟୁଛନ୍ତି

ନିମ୍ନମାନର ରାସ୍ତା କରି ଯନ୍ତ୍ରୀ ଠିକାଦାର ଲୁଟୁଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୫/୧୨ (ସୁନୀଲ ପଟନାୟକ): ଗମନାଗମନର ସୁବିଧା ପାଇଁ ସରକାରକୋଟି କୋଟି ଟଙ୍କା ବାୟ କରି ପିଚୁ ରାସ୍ତା ମାନ ନିର୍ମାଣ କରୁଛନ୍ତି ହେଲେ ଦୁର୍ନିତୀ ଗସ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ପାଇଁ ଏ ସବୁ ରାସ୍ତାଗୁଡ଼ିକ କେଉଁଠି ନିର୍ମାଣ ନ ସରୁଣୁ ତ ଆଉ କେଉଁଠି ନିର୍ମାଣର ମାସ କେଇଟା ନ ଯାଉଣୁ ରାସ୍ତାରୁ ପିଚୁ ଉଠି ଯାଉଛି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ଏ ଭଳି ଅଭିଯୋଗ ଆସିଛି ଉଦୟଗିରି ଚ଼କରା ବିଷୋୟୀ ଛକରୁ ଗ୍ରେସିଙ୍ଗିଆ ଯିବା ରାସ୍ତାରେ । ବହୁବାର ରାସ୍ତା ନିର୍ମାଣ ହେଉଛି ହେଲେ ସଂପୂର୍ଣ୍ ନିମ୍ନମାନର କାର୍ଯ୍ୟଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହେଇ ପଡୁଛି । ଫଳରେ ନିମ୍ନମାନର କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ।
ନୂଆକରି ନିର୍ମାଣ ହୋଇଥିବା ରାସ୍ତାରୁ ହାତରେ କିମ୍ବା ଗୋଡ଼ରେ ରାମ୍ପ ଡି ଦେଲ। ମାତ୍ରେ ପିଚୁ ଉଠି ଯାଉଛି । ଆଗର ରାସ୍ତା ଭଲ ଥିବା ବେଳେ ଏବେ ନୂତନ ଭାବେ ନିର୍ମାଣରାସ୍ତା ଆଦୌ ଭଲ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ମନୋଜ ବେହେରା , ଫୁଲବାଣୀ ପୁର୍ତ୍ତ ବିଭାଗ ଡିଭିଜନ ଅଧିନରେ ଏହି ରାସ୍ତାକାମ ହେଉଛି । ହେଲେ ତଳୁ ଉପର ଯାଏ ପିସି କାରବାର ଯୋଗୁଁ ଏଭଳି ନିମ୍ନମାନର ରାସ୍ତା କରାଯାଉଥିବା କୁ ଆଡେ ଠିକାଦାର କହୁଥିବା ଶୁଣିବାକୁ ମିଳୁଛି । ନିର୍ବାହୀ ଯନ୍ତ୍ରୀ କାମ ତଦାରଖ ଠିକଭାବେ ନ କରିବା ଯୋଗୁ ସହକାରୀ ଯନ୍ତ୍ରୀ କି କନିଷ୍ଠ ଯନ୍ତ୍ରୀ ମଧ୍ୟ ଯାଉନାହାନ୍ତି କାମ ଦେଖିବାକୁଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଆଉ ଅସାଧୁ ଠିକାଦାର ଓ ଯନ୍ତ୍ରୀ ମାନେମୋଟା ଅଙ୍କର ଅର୍ଥ ଚଳୁ କରୁଛନ୍ତି ।
ଏଣୁ ବିଭାଗୀୟ ଉଚ୍ଚ କତୃପକ୍ଷ, ଦୁ ନିତୀନିବାରଣ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

related posts

Leave a Comment