Home Breaking News / ତାଜା ଖବର ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି. ଅଫ ଲାଇନ ବଦଳରେ ଅନ ଲାଇନ ପରୀକ୍ଷା ଦାବୀ କରି ଆନ୍ଦୋଳନ

ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି. ଅଫ ଲାଇନ ବଦଳରେ ଅନ ଲାଇନ ପରୀକ୍ଷା ଦାବୀ କରି ଆନ୍ଦୋଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -15/12(ସୁନୀଲ ପଟନାୟକ): ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା କରିବାକୁ ଦାବିକରି କଲେଜ ଛାତ୍ର ଛାତ୍ରୀଙ୍କ କଲେଜ ଗେଟ ରେ ତାଲାପକାଇ ବିକ୍ଷୋଭ ପଦର୍ଶନ। ସରକାରଙ୍କ ନିର୍ଦେଶ ଅନୁଯାଇ ସବୁ କଲେଜ ରେ ଅନଲାଇନ ରେ ପରୀକ୍ଷା ଶେଷ ହୋଇଥିବା ବେଳେ ଫୁଲବାଣୀ ଅଟୋନମସ କଲେଜରେ ପରୀକ୍ଷା ହୋଇପାରିନାହିଁ । ଡିସେମ୍ବର 1ରେ ଏକ ଇଣ୍ଟରନାଲ ପରୀକ୍ଷା ଅଫଳାଇନ ରେ ପରୀକ୍ଷା ଦେଇଛୁ, ଏବେ 10 ଦିନ ମଧ୍ୟରେ କିପରି ଦ୍ୱିତୀୟ, ତୃତୀୟ ସେମିଷ୍ଟର ପରୀକ୍ଷା କିପରି ଦେବୁ ବୋଲି ଛାତ୍ର ଛାତ୍ରୀ ପ୍ରଶ୍ନ କରିଛନ୍ତି। ପ୍ରିନ୍ସପାଲ ଅନଲାଇନ ବଦଳରେ ଅଫଳାଇନ ରେ ପରୀକ୍ଷା ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ। ଯେ ପର୍ଯ୍ୟନ୍ତ
କଲେଜେ କତୃପକ୍ଷ ଅନଲାଇନ ରେ ପରୀକ୍ଷା ଘୋଷଣା ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମେ ପରୀକ୍ଷା ଦେବୁନାହିଁ ବୋଲି ଛାତ୍ର ଛାତ୍ରୀ ରୋକ ଠୋକ କହିଛନ୍ତି। ଏହା ଆଗରୁ ଦୁଇ ଦୁଇ ଥର ଆନ୍ଦୋଳନ କରିଆସୁଥିଲେ ମଧ୍ୟ କଲେଜ କତ୍ତୃପକ୍ଷ କିଛି ଶୁଣୁ ନ ଥିବା କହିଛନ୍ତି ଛାତ୍ର ଛାତ୍ରୀ।

related posts

Leave a Comment