Home Breaking News / ତାଜା ଖବର ନୂଆ ବର୍ଷରୁ ନୂଆ ଡ଼ିଜିପି, ଅଭୟଙ୍କ ପରେ ସୁନୀଲ ବଂଶଲ

ନୂଆ ବର୍ଷରୁ ନୂଆ ଡ଼ିଜିପି, ଅଭୟଙ୍କ ପରେ ସୁନୀଲ ବଂଶଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି । ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍ । ସେ ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି ।

ଡ଼ିଜିପି ଅଭୟଙ୍କଠାରୁ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସରେ ଡ଼ିଜିପି ଅଭୟ ଅବସର ନେବେ । ଡ଼ିସେମ୍ବର ୩୧ତାରିଖରେ ଡ଼ିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଅଭୟଙ୍କ ପରେ କିଏ ହେବ ରାଜ୍ୟ ପୋଲିସର ନୂଆ ମୁଖିଆ ତାକୁ ନେଇ ଚାଲିଥିଲା ଚର୍ଚ୍ଚା । ୟୁପିଏସସି ୩ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା । ଏହି ତିନି ଆଇପିଏସ ଅଫିସର ସୁନୀଲ ବଂଶଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କାପୁର ରହିଥିଲେ ।

related posts

Leave a Comment