Home Breaking News / ତାଜା ଖବର ନରସିଂହପୁରରେ ଚଳିତ ବର୍ଷ ପର୍ଯ୍ୟଟନ ବିଭାଗର ଇକୋ ରିଟ୍ରିଟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦଘୋଷଣ : ତିନୋଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାମର ଉଦଘାଟନ ଓ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ନରସିଂହପୁରରେ ଚଳିତ ବର୍ଷ ପର୍ଯ୍ୟଟନ ବିଭାଗର ଇକୋ ରିଟ୍ରିଟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦଘୋଷଣ : ତିନୋଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାମର ଉଦଘାଟନ ଓ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର :(ଶକ୍ତିଶ୍ୱର ରଣା): ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ମହାନଦୀର ବାଲିପୁଟ ଠାରେ ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣ ଚଳିତ ବର୍ଷ ପାଇଁ ଉଦଘୋଷିତ ହୋଇଛି । ୨୫ଟି କୋଠରୀ ବିଶିଷ୍ଟ ଅନ୍ୟାନ୍ୟ ପର୍ଯ୍ୟଟକଙ୍କ ପାଇଁ ରେଷ୍ଟୁରାଣ୍ଟ ଆନୁସଙ୍ଗିକ ସୁବିଧା ସୁଯୋଗ ଥିବା ଏହି ଇକୋ ରିଟ୍ରିଟ କୁ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କର ଉଦଘୋଷିତ ପରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନି ଓ ଅନ୍ୟାନ୍ୟ ଜିଲ୍ଲା ପଦାଧିକାରୀ ପର୍ଯ୍ୟଟନ ବିଭାଗ ଅଧିକାରୀ ସ୍ଥାନୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି । ଏହା ପରେ ଚମ୍ପେଶ୍ୱର ଠାରେ ଚମ୍ପାନାଥ ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରିକରଣ ସହିତ ଗୋଡିବନ୍ଧ ସମ୍ପ୍ରସାରିତ ପଂଚାୟତ ଭବନ ସମ୍ମିଳନୀ କକ୍ଷ, ମାର୍କେଟ କମ୍ପ୍ଲେକ୍ସ ଓ ଓଲବ ଠାରେ 5T ଅନ୍ତର୍ଗତ ସ୍କୁଲ ରୂପାନ୍ତରିକରଣର କାର୍ଯ୍ୟକ୍ରମ ବିଧାୟକ ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ଓଲବ ଠାରେ ଗଲାବର୍ଷ ଶୁଭାରମ୍ଭ କରାଯାଇଥିବା ଦିଅଁଝର ନିକଟବର୍ତ୍ତୀ ପର୍ଯ୍ୟଟନ ପାର୍କର ସମ୍ପ୍ରସାରିତ ପାର୍କ ବିଧାୟକ , ଜିଲ୍ଲାପାଳଙ୍କ ସହିତ ଲୋକାର୍ପଣ କରିଛନ୍ତି ।

ଗଲା ପର୍ଯ୍ୟଟନ ଋତୁରେ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ସାତକୋଶିଆ ବାଲିପୁଟ ସମେତ କୋଣାର୍କ ,ଭିତରକନିକା ,ଦାରିଙ୍ଗବାଡ଼ି, ହୀରାକୁଦ ପାଞ୍ଚଟି ସ୍ଥାନରେ ଇକୋ ରିଟ୍ରିଟ କରାଯାଇଥିଲା ତନ୍ମଧ୍ୟରୁ ପୁରୀ କୋଣାର୍କରେ ୫୦ଟି କୋଠରୀ ଥିଲାବେଳେ ନରସିଂହପୁର ର ବାଲିପୁଟ ଠାରେ ସାତକୋଶିଆ ଇକୋ ରିଟ୍ରିଟରେ ୨୫ଟି ଟେଣ୍ଟ କୋଠରୀ ଥିଲା ପର୍ଯ୍ୟଟନ ବିଭାଗ ରୁ ଏହି ୫ଟି କେନ୍ଦ୍ର ଭିତରୁ ଦ୍ୱିତୀୟ ସ୍ଥାନରେ ଏହି ସ୍ଥଳୀ ଗଲା ବର୍ଷ ହେଇଥିଲା ଚଳିତ ବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଚଳିତ ବର୍ଷ ଏହାର ଦ୍ୱିତୀୟ ସଂସ୍କରଣ କରାଯାଇଛି ।

ଚଳିତବର୍ଷ ୨୫ଟି କୋଠରୀରୁ ୫ଟି ପ୍ରିମିୟମ କୋଠରୀ ରହିଥିଲାବେଳେ ବାକି ୨୦ ଟି ଡିଲକ୍ସ କୋଠରୀ ରହିଛି ବୋଲି ପର୍ଯ୍ୟଟନ ଅଧିକାରୀଙ୍କ ଠାରୁ ପ୍ରକାଶ। ଏହି ସମାରୋହରେ ବିଧାୟକ ଶ୍ରୀ ମିଶ୍ର ଏବଂ ଜିଲ୍ଲାପାଳ ଶ୍ରୀ ଚୟନି, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର, ପି.ଡି ଶ୍ରୀ ଅମ୍ବର କର, ଏ.ଡି.ଏମ୍ ଶ୍ରୀ ମିଶ୍ର, ସବକେଲକ୍ଟର ଶ୍ରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ଓ ବକ୍ତବ୍ୟ ଦେଇଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ। OTDC ର ଜେନେରାଲ ମ୍ୟାନେଜର ଶ୍ରୀ ଚାନ୍ଦ ସଂଯୋଜନା କରିଥିଲେ। ଚମ୍ପେଶ୍ୱର ଠାରେ ସ୍କୁଲ ରୂପାନ୍ତିକରଣ ଯୋଜନାର ଶୁଭାରମ୍ଭ ଓ ସ୍ମାର୍ଟ କାର୍ଡ ବଣ୍ଟନରେ ଜିଲ୍ଲାପାଳ ଶ୍ରୀ ଚୟନି ଓ ବିଧାୟକ ଶ୍ରୀ ମିଶ୍ର ଉଦବୋଧନ ଦେଇଥିଲେ । ସ୍କୁଲ କମିଟିର ସଭାପତି ଶ୍ରୀ କୃଷ୍ଣ ନାରାୟଣ ପଣ୍ଡା, ସ୍କୁଲର ପ୍ରଧାନଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ମଧ୍ୟ କରାଯାଇଥିଲା।

ଗୋଡିବନ୍ଧଠାରେ ସରପଞ୍ଚ ଶ୍ରୀମତୀ ଧରିତ୍ରୀ ସାହୁ, ଵୋକଡା ସରପଞ୍ଚ ପ୍ରମୁଖ ଉପସ୍ଥିତ ଥାଇ ଉଭୟ ପଂଚାୟତର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଥିଲା।

ଓଲବରେ ନରସିଂହପୁର ପଞ୍ଚାୟତ ସମିତିର ଅଧିବେଶନ ଅବସରରେ ଚେୟାରମ୍ୟାନ ଶ୍ରୀ ମିଶ୍ରଙ୍କ ସହିତ ସମସ୍ତ ଜନପ୍ରତିନିଧି ସଭାରେ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରକୃତି ଭବନର ପୂର୍ବରୁ ଥିବା ୨ଟି କୋଠରୀ ସଂଗେ ଆଉ ୫ଟି ନବ ନିର୍ମିତ ନୂତନ କୋଠରୀ ଲୋକାର୍ପିତ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଚୟନି ପର୍ଯ୍ୟଟନ ପାର୍କକୁ ଯୋଗାଇଦେଇଥିବା ନୂତନ ଉପକରଣ ଗୁଡିକୁ ପର୍ଯ୍ୟଟକଙ୍କୁ ଏହା ଅଧିକ ଆକୃଷ୍ଟ ହେବାରେ ସହାୟକ ହେବ ବୋଲି କହିଥିଲେ। ଆଜି ପର୍ଯ୍ୟଟନ ୠତୁର ଆରମ୍ଭରେ ପର୍ଯ୍ୟଟକଙ୍କ ଆଗମନ ଇକୋ ରିଟ୍ରିଟ ଏବଂ ଓଲବ ପର୍ଯ୍ୟଟନ ପାର୍କର ସମ୍ପ୍ରସାରଣ ପରେ ଅଧିକ ହେବ ବୋଲି ଆଶାପୋଷଣ କରାଯାଉଛି।

related posts

Leave a Comment