Home Breaking News / ତାଜା ଖବର ନରସିଂହପୁର ବ୍ଲକରେ ସ୍ମାର୍ଟ ସ୍କୁଲର ପ୍ରବେଶ ଉତ୍ସବ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡର ଶୁଭାରମ୍ଭ : ବିଭିନ୍ନ ପଞ୍ଚାୟତର ବଣ୍ଟନରେ ବିଧାୟକ ଦେବୀ ମିଶ୍ରଙ୍କ ଯୋଗଦାନ

ନରସିଂହପୁର ବ୍ଲକରେ ସ୍ମାର୍ଟ ସ୍କୁଲର ପ୍ରବେଶ ଉତ୍ସବ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡର ଶୁଭାରମ୍ଭ : ବିଭିନ୍ନ ପଞ୍ଚାୟତର ବଣ୍ଟନରେ ବିଧାୟକ ଦେବୀ ମିଶ୍ରଙ୍କ ଯୋଗଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା): କଟକ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଡିଜିଟାଲ କାର୍ଡ ବଣ୍ଟନର ଶୁଭାରମ୍ଭ ହେଲାପରେ କାଲି ବଡ଼ମ୍ବାରେ ଆଜି ନରସିଂହପୁର ରେ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କୁଲ ରୂପାନ୍ତରିକରଣର ପ୍ରବେଶ ଉତ୍ସବ ଓ ପାଇକପଡାପାଟଣା ଓ ନିଜିଗଡ଼ ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଗ୍ରେଡରେ ପଦୋନ୍ନତି ପାଇଥିବା ୩୭ ଜଣ ଶିକ୍ଷକଙ୍କୁ ପତ୍ର ମୁଁ ବଣ୍ଟନ କରିଥିଲି । ଏହି ଶୁଭାରମ୍ଭ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନିର୍ମଳ ଜେନା, ବିଡ଼ିଓ ଶ୍ରୀ ପ୍ରଦୀପ ସାହୁ, ତହସିଲଦାର ଶ୍ରୀ ଆଲୋକ ଦେହୁରୀ , ସ୍କୁଲ କମିଟି ସଭାପତି ଶ୍ରୀ ଅଭୟ ସାହୁ, ପୁରାତନ ଛାତ୍ର ସଂସଦ ସମ୍ପାଦକ ଶ୍ରୀ ବିଜୟ ନାୟକ, ବି.ଇ.ଓ, ପ୍ରଧାନ ଶିକ୍ଷକ , ସରପଞ୍ଚ ବୀଣାପାଣି ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଏହାପରେ କାକୁଡ଼ିଆ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ନୂତନ କକ୍ଷ , ଅଙ୍ଗନବାଡି କେନ୍ଦ୍ର , ରାମେଶ୍ୱର ମନ୍ଦିର ସମ୍ପ୍ରସାରିତ କାର୍ଯ୍ୟର ଲୋକାର୍ପଣ ପରେ ନୋଡାଲ ପ୍ରାଇମେରୀ ବିଦ୍ୟାଳୟ ରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲି । ସ୍ଥାନୀୟ ସରପଞ୍ଚ ଶ୍ରୀ ସୁନୀଲ ସାହୁ, ସମିତି ସଭ୍ୟ ଶ୍ରୀ ବିଜୟ ସାହୁ, ସରୋଜିନୀ ସାହୁ, ବିଭିନ୍ନ ଗ୍ରାମର ସଭାପତି ମାନେ ବକ୍ତବ୍ୟ ରଖିଥିଲେ ।

ତାପରେ ରଣସିଂହପୁର ଗ୍ରାମ ପଞ୍ଚାୟତ ର ନୂତନ ଭବନ ଲୋକାର୍ପିତ କଲାପରେ ଜାନକୀ ଜଳଧର ଉଚ୍ଚ ବିଦ୍ୟାଳୟ ପରିସରରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ବିଧାୟକ ଶ୍ରୀ ମିଶ୍ର ।

ନୂଆପାଟଣା ଗ୍ରାମ ପଞ୍ଚାୟତ ରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିକରଣ କାର୍ଯ୍ୟକ୍ରମ ର ଶିଳାନ୍ୟାସ ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ପରିଷଦ ସଭ୍ୟ ଓ ସରପଞ୍ଚ ରମଣୀ ଜେନା ଙ୍କ ଉପସ୍ଥିତିରେ ବକ୍ତବ୍ୟ ରଖିଥିଲେ ଶ୍ରୀ ମିଶ୍ର ।

ଏହାପରେ ନିମସାହି ଉଚ୍ଚବିଦ୍ୟାଳୟରେ 5T ଅନ୍ତର୍ଗତ ୪୫ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଜେନା, ବିଦ୍ୟାଳୟ କମିଟି ସଭାପତି ଶ୍ରୀ ନାରଣ ନାୟକ, ପ୍ରଧାନ ଶିକ୍ଷକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସରପଞ୍ଚ , ସମିତିସଭ୍ୟ, ପୂର୍ବ ସରପଞ୍ଚ, ଗାଁ ମାନଙ୍କର କର୍ମକର୍ତ୍ତା ଉପସ୍ଥିତ ଥିଲେ।

related posts

Leave a Comment