Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ୭ଟି ଉଚ୍ଚ ବିଦ୍ୟାଳୟର ୫ଟି ଉର୍ଣ୍ଣତି କରଣ ପାଇଁ ପରିଦର୍ଶନ

କଙ୍କଡାହାଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ୭ଟି ଉଚ୍ଚ ବିଦ୍ୟାଳୟର ୫ଟି ଉର୍ଣ୍ଣତି କରଣ ପାଇଁ ପରିଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ର ୭ଟି ବିଦ୍ୟାଳୟ କୁ 5ଟି ଉନ୍ନତି ନିମନ୍ତେ ପରିଦର୍ଶନ। ସେଥିମଧ୍ୟରୁ ଦଶୀପୁର ଉଚ୍ଚ ବିଦ୍ୟାଳୟର ୫ଟିରେ କିପରି ଉର୍ଣ୍ଣତି କରଣ କିପରି ହେବ ବିଦ୍ୟାଳୟ କୁ ଆସି ଦେଖିଲେ ବିଡ଼ିଓ ବୁଲୁବୁଲୁ ବେହେରା ।ଆଜି ମଧ୍ୟାନ ସମୟରେ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଦିବ୍ୟସିଂହ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ବୁଲବୁଲ ବେହେରା , ସହକାରୀ ଯନ୍ତ୍ରୀ ଅକ୍ଷୟ ବେହେରା, ସରପଂଚ କଳାବତୀ ପଧାନ, ପୁରାତନ ଛାତ୍ର ରାଜେସ ଦେହୁରୀ,ପୂର୍ବତନ ପ୍ରଧାନ ଶିକ୍ଷକ କୀର୍ତ୍ତନ ଦେହୁରୀଙ୍କ ସମେତ ଅନ୍ୟାନ ପୁରାତନ ଛାତ୍ରମାନେ ଉପସ୍ଥିତ ରହିଥିଲେ ।ଏଠାରେ ଆଗକୁ 5ଟି ତରଫରୁ ବିଦ୍ୟାଳୟର ଉର୍ଣ୍ଣତି କରଣ କରାଯିବ କିପରି ଭଲ ଭାବରେ ହେବ ତାରି ଉପରେ ଆଲୋଚନା ହୋଇଥିଲା ।ବିଦ୍ୟାଳୟ କମିଟି ,ଶିକ୍ଷକ ,ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ମୁଖ୍ୟ ମନ୍ତ୍ରୀ ଓ 5ଟି ସଚିବ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେହିପରି ବ୍ଳକର ଚାନ୍ଦପୁର ଉଚ୍ଚ ବିଦ୍ୟାଳୟ, ଘାଗରାମୁଣ୍ଡ। ପଂଚାୟତ ଉଚ୍ଚ ବିଦ୍ୟାଳୟ, ଝିଲ୍ଲୀ ତୁରଡ଼ାନାଳି ଉଚ୍ଚ ବିଦ୍ୟାଳୟ ,କୁଟୁରିଆ କପିଳେସ୍ୱର ଉଚ୍ଚ ବିଦ୍ୟାଳୟ ,ଗୁରୁଜାଙ୍ଗୁଲି ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ,ଆଞ୍ଚଳିକ ବିଦ୍ୟ।ନୀକେତନ ସୁନ୍ଦରମୁଣ୍ଡି ଉଚ୍ଚ ବିଦ୍ୟାଳୟ ମଧ୍ୟ ବିଡ଼ିଓ ବୋଲି ଦେଖିଥିଲେ ।ଏହି7ଟି ସ୍କୁଲ କୁ 5ଟିରେ ରୁପାନ୍ତର କରିଥିବାରୁ ଅଞ୍ଚଳ ବାସି ଙ୍କ ମନରେ ଖୁସି ର ଲହରୀ ଖେଳିଯାଇଛି

related posts

Leave a Comment