Home Breaking News / ତାଜା ଖବର ୨୦୧୬-୨୦୧୭ ରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସମସ୍ୟା : ବିଡ଼ିଓ ଲିଖିତ ପ୍ରତିଶୃତି ଦେବାପରେ ଅନଶନ ପ୍ରତ୍ୟାହୁତ, ଭୁଲ କଲା ପ୍ରଶାସନ ଦଣ୍ଡ ଭୋଗୁଛି ୨ ହିତାଧିକାରୀ

୨୦୧୬-୨୦୧୭ ରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସମସ୍ୟା : ବିଡ଼ିଓ ଲିଖିତ ପ୍ରତିଶୃତି ଦେବାପରେ ଅନଶନ ପ୍ରତ୍ୟାହୁତ, ଭୁଲ କଲା ପ୍ରଶାସନ ଦଣ୍ଡ ଭୋଗୁଛି ୨ ହିତାଧିକାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା ୧୪-୧୧ –୨୦୧୬-୨୦୧୭ ରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟଦେଶ ପାଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଦିର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ସମାଧାନ ବାଟ ବାହାର କରିବାର ଆନ୍ତରିକ ଅଭାବ ରହିଥିବାରରୁ ବାଧ୍ୟ ହୋଇ ବିନିକା ବ୍ଳକ ଜୁଲୁଣ୍ଡା ପଞ୍ଚାୟତ ନକାଟାମୁଣ୍ଡା ଗ୍ରାମର ରୋହିତ ପୁଟେଲ ସ୍ତ୍ରୀ ଚଞ୍ଚିଳି ପୁଟେଲ ସୋମବାର ଦିନ ବିନିକାବ୍ଳକ ସମ୍ମୁକରେ ଅନଶନରେ ବସିଥିଲେ ା ଆଜି ଜିଲ୍ଲାପ୍ରଶାସନ ନିଦ୍ଦେ‌ଶରେ ବିନିା ବ୍ଳକ ବିଡ଼ିଓ କାର୍ଯ୍ୟଳୟ ମଧ୍ୟରେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ଜିଲ୍ଲା ଗ୍ରାମିଣ ଗୃହ ନିର୍ମାଣ ଏପିଡ଼ି ଆଲୋକମିଶ୍ର,ଜୁଲୁଣ୍ଡା ପଞ୍ଚାୟତ ସମତିସଭ୍ୟ ରମେଷ ସାହୁ, ବିନିକା ବିପିସି(ଆରଏଚ) – ଜିତେନ୍ଦ୍ର ପଧାନ , ଅନସନକାରରୋହିତ ପୁଟେଲ ପ୍ରମୁଖ ନେଇ ଏକ ବୈଠକଅନୁଷ୍ଟିତ ହୋଇଥିଲା ା ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ୨୦୧୬ -୧୭ ରେ ନକାଟାମୁଣ୍ଡା ରୋହିତ ପୁଟେଲକୁ ଏକ କାର୍ଯ୍ୟଦେଶ ଦିଆଯାଇଥିଲା ା ତାହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଜୁଲୁଣ୍ଡା ପଞ୍ଚାୟତ ରୋହିତ ପୁଟେଲ ପିତା ଲୋଚନ ଙ୍କ ହିତାଧିକାରୀ ନମ୍ବର ଓଆର ୩୯୬୦୫୫୯ ସରକାରଙ୍କ ଏସସିସିସି ତାଲିକା ଭୁକ୍ତ ହୋଇଛନ୍ତି ା ଅନଲାଇନ ଅନୁଶାରେ ୨୦୧୬-୧୭‌ରେ ମହଦା ପଞ୍ଚାତ ସିଆଲି ଗ୍ରାମର ରୋହିତ ପୁଟେଳ ଜମାଖାତାରେ ଦୁଇଟି କିସ୍ଥିତରେ ୫୫୦୦୦ ଟଙ୍କା ଜମା ହୋଇଛି ା ଏଥିପାଇଁ ସେହିସମୟରେ ଗୋଟିଏ ଆଇଡ଼ି ରେ ଦୁଇଟି କାର୍ଯ୍ୟଦେଶ ଦେଇଥିଲେ ା ଏଥିରେ କାର୍ଯ୍ୟରତ ମହଦା ପଞ୍ଚାୟତ ଜିଆଏସ – ଇଶ୍ବର ସେଟ ଓ ବିନିକା ବ୍ଳକ ବରିଷ୍ଟ କିରାଣୀ ଚିର୍ତ୍ତରଞ୍ଜନ ପିଲା (ବତ୍ତମାନ ଭୂବନେଶ୍ବର ତହସିଲଦାର ) ଉଭୟ ଅଫିସର ଙ୍କୁ ଦାଇତ୍ବପୁର୍ଣ୍ଣ ଅବହେଲା ପାଇଁ ଉଭୟଙ୍କୁ ସୋକଚ ମାଗିବା ସହିତ ମଗାଯାଇ ଭୁଲ ନିଷ୍ପତି ନେଇଥିବା ‌ଙ୍କ ଠାରୁ ଏହିରାଶି ଫେରସ୍ଥ କରି ପ୍ରକୃତ ହିତାଧିକାରୀ ନକାମୁଣ୍ଡା ଗ୍ରାମ ରୋହିତ ପୁଟେଲକୁ ସପକ୍ଷରେ ତାଙ୍କ ଘର ନିର୍ମାଣ ପରେ ପରବର୍ତ୍ତି କିସ୍ତି ଗୁଡ଼ିକ ପ୍ରସ୍ତାବ ଗ୍ରହଣ କରାଗଲା ା ଏଥିପାଇଁ ୧୪-୧-୨୨ ସୁଦ୍ଧା ସମାସ୍ୟାର ସମାଧାନ ପାଇଁ ବ୍ଳକ ପ୍ରଶାସନ ସମୟ ନେଇଥିଲେ ା
ଏବିଷୟରେ ବିନିକା ବିଡ଼ିଓ ଶ୍ରୀ ବେହେରା ଓ ଏପିଡ଼ି ଶ୍ରୀ ମିଶ୍ର ଲିଖତ ପ୍ରତିସୃତି ଦେବାପରେ ଅନସନ ଭଙ୍ଗ ହୋଇଥିଲା ା

related posts

Leave a Comment