Home Breaking News / ତାଜା ଖବର ପିସିସି କାର୍ଯ୍ୟାଳୟରେ ପଶି ଛାତ୍ର ନେତାଙ୍କୁ ପୋଲିସ ଆକ୍ରମଣ ପ୍ରତିଵାଦ, ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ଘେରାଉ

ପିସିସି କାର୍ଯ୍ୟାଳୟରେ ପଶି ଛାତ୍ର ନେତାଙ୍କୁ ପୋଲିସ ଆକ୍ରମଣ ପ୍ରତିଵାଦ, ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ଘେରାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 14/12(ସୁନୀଲ ପଟନାୟକ): ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯାଳୟ ଭିତରେ ସଶସ୍ତ୍ର ପୋଲିସ ଜୋର ଜବରଦସ୍ତ ପଶି ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଙ୍କୁ ମରଣା ନ୍ତକ ଆକ୍ରମଣ ଘଟଣା ର ପ୍ରତିବାଦ କରି
ମଙ୍ଗଳ ବାର କନ୍ଧମାଳ ଜ଼ିଲ୍ଲା କଂଗ୍ରେସକମିଟି ସଭାପତି ଅନାମ ନାୟକ ଙ୍କ ନେତୃତ୍ୱ ରେ କଂଗ୍ରେସପକ୍ଷରୁ ପୋଲିସ ବିରୁଦ୍ଧରେ ସ୍ଲୋଗାନଦେଇ ରା଼ଲ୍ଲି ରେ ଆସି
ଏସ ପି ଅଫିସ ଘେରାଉ କରିଥିଲେ l
କ ଗ୍ରେସ କର୍ମୀମାନେ ଏସ ପି ଙ୍କ କାର୍ଯାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଅଟକାଇଥିଲl କନ୍ଧମାଳ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ପୂର୍ବତନ ସାଂସଦ ରାଧା କାନ୍ତ ଡିଗାଲ, ଶ୍ରମିକ ନେତା ଘନ ଶବର, , ପ୍ରମୁଖ ଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ, ଥାନା ଅଧିକାରୀ ସୁଶାନ୍ତ ସେଠି, ଙ୍କ ସମେତ ବହୁ ପୋଲିସ ଉପସ୍ଥିତ ଥିଲେ l ଜ଼ିଲ୍ଲା କଂଗ୍ରେସ ପକ୍ଷରୁରାଜ୍ୟ ପୋଲିସ ମହାନିର୍ଦେଶକ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା

related posts

Leave a Comment