Home Breaking News / ତାଜା ଖବର ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଟ୍ଟାରିକାପୀଠରେ ମିଶ୍ରଣ ପର୍ବ: ସାମିଲ ହେଲେ ବିଜେଡ଼ିରେ କଂଗ୍ରେସର ନେତା ଓ ଅନ୍ୟ ଦଳର ଶତାଧିକ କର୍ମୀ

ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଟ୍ଟାରିକାପୀଠରେ ମିଶ୍ରଣ ପର୍ବ: ସାମିଲ ହେଲେ ବିଜେଡ଼ିରେ କଂଗ୍ରେସର ନେତା ଓ ଅନ୍ୟ ଦଳର ଶତାଧିକ କର୍ମୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା): ବଡମ୍ବା ଭଟ୍ଟାରିକା ପୀଠ ସନ୍ନିକଟ ପ୍ରାଙ୍ଗଣରେ ଏକ ବଡ଼ଧରଣର ମିଶ୍ରଣ ସମାରୋହରେ ବହୁ ପୁରୁଣା କଂଗ୍ରେସ ଦଳର ନେତୃବୃନ୍ଦ ଓ ଅନ୍ୟ ଦଳ ମାନଙ୍କର ଶତାଧିକ କର୍ମୀ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏକ ସାଧାରଣ ସଭାରେ ସହସାଧିକ ଭଟ୍ଟାରିକା ପଞ୍ଚାୟତର ଓ ଅବିଭକ୍ତ କରଡିବନ୍ଧ ପଞ୍ଚାୟତର ଜନସାଧାରଣଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଉଦବୋଧନ ଦେଇ ବିଜେଡି କିଭଳି ବିକାଶର ଯାନ ହୋଇଛି ,ବଡମ୍ବାରେ ବିଭିନ୍ନ ଗାଁରେ ଭଟ୍ଟାରିକା ପଂଚାୟତର ଉନ୍ନତିମୂଳକ କାର୍ଯ୍ୟକ୍ରମ ରୂପାୟିତ ହୋଇଛି ଓ ହେଉଛି ଉଲ୍ଲେଖ କରି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନେତାକର୍ମୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବିଜେଡି ବ୍ଲକ ସଭାପତି ଶ୍ରୀ ରବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଶଶାଙ୍ଗ ଗ୍ରାମ୍ୟକମିଟି ସଭାପତି ତଥା ଶାନ୍ତି କମିଟି ସଭାପତି ଶ୍ରୀ ବିଭୂତି ଚୌଧୁରୀ, ପୂର୍ବ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ବିଜୟ ଚୌଧୁରୀ, ଶଶାଙ୍ଗ ଓ ଭଟ୍ଟାରିକା ପଂଚାୟତର ସର୍ବଶ୍ରୀ ବାବୁ ଦଳେଇ, ଦାଶରଥି ବାବୁ, ପଞ୍ଚାନନ ନାୟକ, ଦେବରାଜ ସାହୁ, କୁନୁ, ଯୁବ କ୍ଲବ ସଭାପତି ବିଶ୍ୱରଞ୍ଜନ, ଟୁଟୁ ସାହୁ, କାର୍ତ୍ତିକ ସେଠୀ, ପ୍ରଶାନ୍ତ ସେଠୀ ପ୍ରମୁଖ ଅନ୍ୟ ୨ଶହ ପାଖାପାଖି କର୍ମୀ ବିଜେଡ଼ିର ମିଶିବାର ଘୋଷଣା କରିଥିଲେ ଓ ତାଙ୍କୁ ଶଙ୍ଖ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ବିଜେଡିର ନେତୃମଣ୍ଡଳୀ ଯଥା ଉପସଭାପତି ଶ୍ରୀ ସରୋଜ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଶ୍ରୀ ରଘୁପତି ମହାନ୍ତି, ବ୍ଲକ କର୍ମକର୍ତ୍ତା ଶ୍ରୀ ପ୍ରଦୀପ୍ତ ସ୍ୱାଇଁ,ରଜନୀ ବଳବନ୍ତରାୟ, କରଡିବନ୍ଧ ସରପଞ୍ଚ ଆନନ୍ଦ ରାଉତ, ସମିତିସଭ୍ୟ ବିଚିତ୍ର ରାଉତ, ଭଟ୍ଟାରିକା ସମିତି ସଭ୍ୟ ସୁଧାକର ବେହେରା, ସରପଞ୍ଚ ଶ୍ରୀମତୀ ବାସନ୍ତି ବେହେରା, ସରୋଜ ନାୟକ, ପୂର୍ବ ସରପଞ୍ଚ ଭ୍ରମରବର ନାୟକ, ବଡମ୍ବା ଶୁଦ ସମାଜର ଉପଦେଷ୍ଟା ଶ୍ରୀ ନାରାୟଣ ଗୁରୁ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶିକ୍ଷାବିତ ତଥା ଭଟ୍ଟାରିକା ଆଞ୍ଚଳିକ ଉନ୍ନୟନ କମିଟିର ସମ୍ପାଦକ ଶ୍ରୀ ସନାତନ ବେହେରା ସଂଯୋଜନା କରିଥିଲେ।ଏହି ମିଶ୍ରଣ ଦ୍ୱାରା ଭଟ୍ଟାରିକା ପଂଚାୟତ ଓ କରଡିବନ୍ଧ ପଂଚାୟତ ତଥା ପଶ୍ଚିମାଞ୍ଚଳ ଜୋନରେ ବିଜେଡିର ସ୍ଥିତି ଆହୁରି ମଜବୁତ ହେଲା ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରକାଶ ପାଇଛି।

related posts

Leave a Comment