Home Breaking News / ତାଜା ଖବର କଟକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ: ବଡମ୍ବାରେ ଏହି କାର୍ଯ୍ୟକ୍ରମକୁ ଅପରାହ୍ନରେ ଆରମ୍ଭ କଲେ ବିଧାୟକ ଦେବୀପ୍ରସାଦ ମିଶ୍ର

କଟକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ: ବଡମ୍ବାରେ ଏହି କାର୍ଯ୍ୟକ୍ରମକୁ ଅପରାହ୍ନରେ ଆରମ୍ଭ କଲେ ବିଧାୟକ ଦେବୀପ୍ରସାଦ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା ): ଆଜି ବହୁ ପ୍ରତୀକ୍ଷିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କଟକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବାଲିଯାତ୍ରା ପଡିଆରେ ଶୁଭାରମ୍ଭ ହୋଇଛି। ଏଥିରେ ବିଧାୟକ ଦେବୀପ୍ରସାଦ ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାଶ, ଜିଲ୍ଲାର ମନ୍ତ୍ରୀଦ୍ବୟ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଶ୍ରୀ ପ୍ରତାପ ଜେନା ମଧ୍ୟ ଅଭିଭାଷଣ ରଖିଥିଲେ। କଟକ ଜିଲ୍ଲାରେ ୫ ଲକ୍ଷ ୬ ହଜାରରୁ ଉର୍ଦ୍ଧ୍ବ ପରିବାରର ପାଖାପାଖି ଅଢେଇଲକ୍ଷ ବ୍ୟକ୍ତି ଏଥିରେ ଉପକୃତ ହେବେ।

ଅପରାହ୍ନରେ ବଡମ୍ବା ମୋହନସୁବୁଦ୍ଧି ବିଦ୍ୟାଳୟ ପରିସରରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ବଡମ୍ବା ବ୍ଳକରେ ଏହାର ଶୁଭାରମ୍ଭ କରାଯାଇ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ ହୋଇଛି। ଏହାପରେ ରଗଡିପଡା ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ବିଧାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି। ଉଭୟ କାର୍ଯ୍ୟକ୍ରମକୁ ବିଡ଼ିଓ ଶ୍ରୀ ଉତ୍କଳ ଆଚାର୍ଯ୍ୟ ଓ ପଂଚାୟତ ସ୍ତରୀୟ ଅଧିକାରୀ ଟିମ ଏହାକୁ ସଂଯୋଜନା କରିଥିଲେ। ବଡମ୍ବାରେ ବିଧାୟକ ଶ୍ରୀ ମିଶ୍ର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ, ଶ୍ରୀ ସଦାନନ୍ଦ ସ୍ୱାଇଁ, ସରପଞ୍ଚ ଶ୍ରୀ ସୁଧାଂଶୁ ମହାନ୍ତି ସମିତି ସଭ୍ୟ ଶ୍ରୀ ମୁରଲୀ ମହାପାତ୍ର, ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଧାୟକ ଶ୍ରୀ ମିଶ୍ର ବଡମ୍ବା ବ୍ଲକରେ ୧ମ ପର୍ଯ୍ୟାୟରେ ୩୩,୬୮୨ ପରିବାରକୁ ଏହି ସ୍ମାର୍ଟକାର୍ଡ ବଣ୍ଟନ କରାଯିବ ବୋଲି ଉଲ୍ଲେଖ କରିଥିଲେ।

ଭଟ୍ଟାରିକା ପଂଚାୟତରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ୪୫ ଲକ୍ଷ ଟଙ୍କାରେ ସ୍ମାର୍ଟସ୍କୁଲ କାର୍ଯ୍ୟକ୍ରମର ସ୍ଥାନୀୟ ସରପଞ୍ଚ ଶ୍ରୀ ସନ୍ତୋଷ ମହାରଣା, ସମିତି ସଭ୍ୟ ଶ୍ରୀ ସଂଜୟ ସ୍ୱାଇଁ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀନିବାସ ପ୍ରଧାନ, ସ୍କୁଲ କମିଟି ଗ୍ରାମବାସୀଙ୍କ ଉପସ୍ଥିତିରେ ସମାହିତ ହୋଇଥିଲା। ଏହାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ଏକ ସଭାକୁ ବିଧାୟକ ଶ୍ରୀ ମିଶ୍ର ସମ୍ବୋଧିତ କରି ୫୫ ବର୍ଷର ଏହି ବିଦ୍ୟାଳୟର ନବକଳେବର ଦ୍ଵାରା ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀଙ୍କ ବହୁଦିନର ଆଶା ରୂପରେଖ ହେଲା ବୋଲି କହିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ” ମୋ ସ୍କୁଲ ଅଭିଯାନ” ସଭାପତି ଶିକ୍ଷାବିତ ଶ୍ରୀ ଦୀନବନ୍ଧୁ ପୃଷ୍ଟି, ସମାଜସେବୀ ସୁବାସ ସାହୁ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବିଡ଼ିଓ, ପ୍ରଧାନଶିକ୍ଷକ, ସରପଞ୍ଚ, ସମିତି ପ୍ରଭୃତି ବକ୍ତବ୍ୟ ରଖି ସ୍ମାର୍ଟ ସ୍କୁଲ ଓ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ନବୀନ ସରକାରଙ୍କୁ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ସର୍ଵ ଶ୍ରୀ କାଶୀନାଥ ସାହୁ, ମାୟାଧର ନାୟକ, ରଜନୀ ଘଡେଇ ,ପ୍ରସନ୍ନ ମଲ୍ଲିକ, ପ୍ରଣତି ନାୟକ, ବୈକୁଣ୍ଠ ବେହେରା, ନୀଳକଣ୍ଠ ସାହୁ, ଖଗେଶ୍ବର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମ ଦିନରେ ୩୦୦ରୁ ଉର୍ଦ୍ଧ୍ବ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା।

related posts

Leave a Comment