Home Breaking News / ତାଜା ଖବର ଦେଶରେ ଜୋର ଧରିଲା ଓମିକ୍ରନ ସଂକ୍ରମଣ, ଚଣ୍ଡିଗଡ ପରେ କେରଳରେ ମିଳିଲା ମାମଲା, ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୮

ଦେଶରେ ଜୋର ଧରିଲା ଓମିକ୍ରନ ସଂକ୍ରମଣ, ଚଣ୍ଡିଗଡ ପରେ କେରଳରେ ମିଳିଲା ମାମଲା, ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୮

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ନୂଆ ପ୍ରଜାତି ଓମିକ୍ରନ ଏବେ ବେଗ ଧରିଛି । ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ବଡ ବଡ ଜନସଂଖ୍ୟା ରହିଥିବା ସହର ଗୁଡିକରେ ଓମିକ୍ରନ ସଂକ୍ରମଣ ପହଁଚିଗଲାମି । ଏହା ଭିତରେ ରବିବାର ଦେଶର ଆଉ ଦୁଇଟି ପ୍ରମୁଖ ରାଜ୍ୟରେ ପହଁଚି ଯାଇଛି କରୋନାର ନୂଆ ଭାରିଆଂଟ ଓମିକ୍ରନ ।

  • ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ମିଳିଲା ଓମିକ୍ରନ ସଂକ୍ରମିତ
  • ମହାରାଷ୍ଟ୍ରରେ ପୁଣି ଏକ ନୂଆ ମାମଲା ଚିହ୍ନଟ
  • କେରଳରେ ଏକ ଓମିକ୍ରନ ମାମଲା ଚିହ୍ନଟ
  • ଦେଶରେ ମୋଟ୍ ଓମିକ୍ରନ ମାମଲା ସଂଖ୍ୟା ୩୮କୁ ବୃଦ୍ଧି

ଦେଶରେ କେଉଁ ରାଜ୍ୟରେ କେତେ ସଂକ୍ରମିତ?

  • ମହାରାଷ୍ଟ୍ର ୧୮, ରାଜସ୍ଥାନ ୯
  • କର୍ଣ୍ଣାଟକ ୩, ଗୁଜରାଟ ୩
  • ଆନ୍ଧ୍ରପ୍ରଦେଶ ୧, ଦିଲ୍ଲୀ ୨
  • ଚଣ୍ଡିଗଡ ୧, କେରଳ ୧
    କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଇଟାଲି ଯାଇଥିଲେ ଚଣ୍ଡିଗଡର ୨୦ ବର୍ଷିୟ ଯୁବକ । ସେଠାରୁ ଗତ ୨୨ ନଭେମ୍ୱରରେ ସେ ଭାରତ ଫେରିଥିଲେ । ଫେରିବା ପରେ ତାଙ୍କ ଠାରେ ଓମିକ୍ରନ ନମୂନା ମିଳିଛି । ଆନ୍ଧ୍ରପ୍ରଦେଶରେ ଚିହ୍ନଟ ୩୪ ବର୍ଷୀୟ ବ୍ୟକ୍ତିଙ୍କର ଦକ୍ଷିଣଆଫ୍ରିକାକୁ ଟ୍ରାଭେଲ ହିଷ୍ଟ୍ରୀ ରହିଛି । ମହାରାଷ୍ଟ୍ରର ଜଣେ ୪୦ ବର୍ଷୀୟ ବ୍ୟକ୍ତି ନାଗପୁରରୁ ଫେରିବା ପରେ ତାଙ୍କ ଠାରେ ଓମିକ୍ରନ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

related posts

Leave a Comment