Home Breaking News / ତାଜା ଖବର ମାଡୁଛି କରୋନା, ଆଜି ପୁଣି ୩ଜଣ ଆକ୍ରାନ୍ତ ଚି଼ହ୍ନଟ

ମାଡୁଛି କରୋନା, ଆଜି ପୁଣି ୩ଜଣ ଆକ୍ରାନ୍ତ ଚି଼ହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅହମଦାବାଦ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ଆଜି ଆଉ ୩ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ସାମନାକୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଟ୍ରାକ୍ ରେକର୍ଡରେ ସଂକ୍ରମିତ ବ୍ୟକ୍ତି ଆୟରଲ୍ୟାଣ୍ଡରୁ ଆସିଥିବା ଜଣାପଡିଛି । ବିଦେଶରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୧୫ ଜଣ ଯାତ୍ରୀଙ୍କର ଟେଷ୍ଟିିଙ୍ଗ ହୋଇଥିଲା ।

ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଥିବାବେଳେ ୩୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଠାରେ ଓମିକ୍ରନ ପଜିଟିଭ ମିଳିଛି।

କର୍ଣ୍ଣାଟକରେ ଓମିକ୍ରନର ତୃତୀୟ ମାମଲା ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ୨୪ ବର୍ଷୀୟ ଜଣେ ବ୍ଯକ୍ତି ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ମଧ୍ଯ ଓମିକ୍ରନ ପଜିଟିଭ ଆସିଛି। ସେ ସଙ୍ଗରୋଧରେ ରହି ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ କର୍ଣ୍ଣଟାକର ସ୍ବାସ୍ଥ୍ଯମନ୍ତ୍ରୀ ଡ. ସୁଧାକର କେ ସୂଚନା ଦେଇଛନ୍ତି।

related posts

Leave a Comment