Home Breaking News / ତାଜା ଖବର ବିଜେପିରେ ମିଶିବା ନେଇ ଖଣ୍ଡନ କଲେ ହରଭଜନ

ବିଜେପିରେ ମିଶିବା ନେଇ ଖଣ୍ଡନ କଲେ ହରଭଜନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଣ୍ଡିଗଡ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ହରଭଜନ ସିଂ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ପ୍ରକାଶିତ ଏହି ଖବର ନେଇ ଆଜି ଭଜି ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ । ମୁଁ କୌଣସି ରାଜନୈତି ଦଳ ସହ ଏ ପର୍ଯ୍ୟନ୍ତ ଯୋଗ ଦେଇନି । କ୍ରିକେଟର ସମସ୍ତ ଫର୍ମାଟରୁ ଖୁବ ଶୀଘ୍ର ଅବସର ନେବାକୁ ଯାଉଛନ୍ତି ବୋଲି ଘୋଷଣା କରିବା ପରେ ସେ ରାଜନୀତିରେ ପାଦ ଦେବା ନେଇ ଆଲୋଚନା ଚାଲିଥିଲା ।

ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଖବର ପ୍ରସାରିତ ହୋଇଥିଲା । ପୂର୍ବରୁ ହରଭଜନ କଂଗ୍ରେସରେ ମିଶିବେ ବୋଲି ମଧ୍ୟ ଆଲୋଚନା ହୋଇଥିଲା, ପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା ।

related posts

Leave a Comment