Home Breaking News / ତାଜା ଖବର ବଡ଼ମ୍ବା ଓ ନରସିଂହପୁର ଉଭୟ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସମୀକ୍ଷା କଲେ ବିଧାୟକ : ପ୍ରଥମ ପର୍ଯ୍ୟାୟରେ ୬୭,୪୪୦ ପରିବାର ହେବେ ଉପକୃତ

ବଡ଼ମ୍ବା ଓ ନରସିଂହପୁର ଉଭୟ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସମୀକ୍ଷା କଲେ ବିଧାୟକ : ପ୍ରଥମ ପର୍ଯ୍ୟାୟରେ ୬୭,୪୪୦ ପରିବାର ହେବେ ଉପକୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତା କାଲି କଟକ ଠାରେ ଜିଲ୍ଲା ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଶୁଭାରମ୍ଭ ହେବ |ତା ପୂର୍ବରୁ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ଉଭୟ ବଡ଼ମ୍ବା ନରସିଂହପୁର ବ୍ଲକ ସ୍ଥାନୀୟ ବିଡ଼ିଓ ମାନଙ୍କ ଦ୍ୱାରା ଆହୁତ ବୈଠକରେ ଚେୟାରମ୍ୟାନ, ଉପାଧ୍ୟକ୍ଷ, ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ସିଡ଼ିପିଓ, ଜୀବିକା ନିର୍ବାହ ମିଶନ ଅଧିକାରୀ , ବ୍ଲକ ଓ ପଞ୍ଚାୟତର ଯୋଗାଣ ବିଭାଗ କ୍ଷେତ୍ର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକରେ ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ ସୁପରିଚାଳନା ପାଇଁ ଗୁରୁତ୍ୱାରୋପ କରିଥିଲେ ।

ପ୍ରତି ପଞ୍ଚାୟତ ରେ ବିଦ୍ୟାଳୟ ମାନଙ୍କରେ ଏଥିପାଇଁ ୧୩ ତାରିଖରୁ ସାତରୁ ଦଶ ଦିନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟକ୍ରମେ ତାରିଖ ନିର୍ଦ୍ଧାରଣ କରି ପ୍ରଥମ ବଣ୍ଟନ ଦିନ ଠାରୁ ୩ଦିନ ମଧ୍ୟରେ ଏହାକୁ ସମ୍ପର୍ଣ୍ଣ କରିବା ପାଇଁ ବିଡ଼ିଓ ମାନେ ଖସଡ଼ା ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଛି । ପ୍ରତି କେନ୍ଦ୍ର ରେ ଏହି ବଣ୍ଟନ ବ୍ୟବସ୍ଥା ସଞ୍ଚାଳନ ପାଇଁ ନୋଡାଲ ଅଧିକାରୀ ଟେବୁଲରେ ସହଯୋଗ ପାଇଁ ଶିକ୍ଷକ ଚିହ୍ନଟ ପାଇଁ ଡ଼ିଲର , ବିଭିନ୍ନ ଦିନ କାର୍ଡ ଗ୍ରହୀତା ଙ୍କୁ ଚିରିକୁଟ ବଣ୍ଟନ ପାଇଁ ଅଙ୍ଗନବାଡି କର୍ମୀ, ସହଯୋଗ ପାଇଁ ଆଶା କର୍ମୀ ପ୍ରତ୍ୟକ କାର୍ଡ ଗ୍ରାହୀତାଙ୍କ ଫୋଟ ଉତ୍ତୋଳନ ପାଇଁ ଗ୍ରାମ ରୋଜଗାର ସେବକ ଙ୍କୁ ଦାୟିତ୍ୱ ବ୍ଲକ କମିଟି ଦ୍ୱାରା ନ୍ୟସ୍ତ କରାଯାଇଛି ।

୧୩ ତାରିଖ ମଧ୍ୟାହ୍ନ ପରେ ବଡ଼ମ୍ବା ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ପରିସରରେ ଓ ୧୪ ତାରିଖ ନରସିଂହପୁର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ ହେବ ବୋଲି କୁହାଯାଇଛି ।

ଏଥିରେ ପ୍ରଥମ ପର୍ଯ୍ୟାୟରେ ବଡ଼ମ୍ବାରେ ୩୩,୬୮୨ ପରିବାର ଓ ନରସିଂହପୁରରେ ୩୩,୭୮୮ ପରିବାର ଉପକୃତ ହେବେ ସମୁଦାୟ ୬୭,୪୪୦ ପରିବାର ନିର୍ବାଚନ ମଣ୍ଡଳୀରେ ଏହି କାର୍ଡ ପାଇବେ ।

related posts

Leave a Comment