Home Breaking News / ତାଜା ଖବର ଆମେରିକା ଘୂର୍ଣ୍ଣିଝଡ଼ ଘଟଣା, ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି

ଆମେରିକା ଘୂର୍ଣ୍ଣିଝଡ଼ ଘଟଣା, ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆମେରିକା : ଆମେରିକା ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ପ୍ରାୟ ୬ଟି ଆମେରିକୀୟ ପ୍ରଜାତନ୍ତ୍ରରେ ଘଟିଥିବା ଏହି ଭୟଙ୍କର ଘୂର୍ଣ୍ଣିଝଡ ଜନିତ କ୍ଷୟକ୍ଷତିର ତୁଳନା ନାହିଁ । ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବିଡେନ । ଘଣ୍ଟାପ୍ରତି ୩୫୦ କିଲୋମିଟର ବେଗରେ ପବନ ବହିଥିବା କୁହାଯାଇଛି ।

ଘୂର୍ଣ୍ଣିଝଡରେ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ଘୂର୍ଣ୍ଣିଝଡରେ ହଜାର ହଜାର ଘର ଭାଙ୍ଗିଥିବା ବେଳେ ଧ୍ବଂସସ୍ତୂପ ତଳେ ଅନେକ ଲୋକ ଚାପି ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି ।

କେବଳ କେଣ୍ଟୁକୀରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏକ କ୍ୟାଣ୍ଡଲ ତିଆରି କାରଖାନା ଭୁଶୁଡି ପଡିବାରୁ ସେଠାରେ ମୃତ୍ୟୁସଂଖ୍ୟା ଅଧିକ ହୋଇଛି । ଇଲିଓନିସରେ ଏକ ପଣ୍ୟାଗାର ଭୁଶୁଡି ପଡିବା ଯୋଗୁ ୬ଜଣଙ୍କ ମୃତ୍ୟୁ ହୋଇଛି । କେଣ୍ଟୁକୀ ଗଭର୍ଣ୍ଣର ଆନ୍ଦି ବେଶେର କହିଛନ୍ତି, ଘୂର୍ଣ୍ଣିଝଡରେ ମୃତକଙ୍କ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି ।

related posts

Leave a Comment