Home Breaking News / ତାଜା ଖବର ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ(ପ୍ରିୟବ୍ରତ ସରାଫ): ଭାରତର ପ୍ରଥମ ତିନିସେନାର ମୁଖ୍ୟ ବିପିନ ରାୱତ ଓ ତାଙ୍କ ଧର୍ମ ପତ୍ନୀ ସହ 11 ଜଣଙ୍କ ହେଲିକପ୍ଟର ଦୁର୍ଘଟଣା ଜନିତ ମୃତ୍ୟୁ ରେ ପାଟଣାଗଡ଼ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ତାନୀୟ ରାଜଖମାର ରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇ ସ୍ବର୍ଗତ ବିପିନରାୱବତଙ୍କ ଫୋଟୋ ଚିତ୍ରରେ ଦୀପ ଜାଳି ପୁଷ୍ପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାଟଣାଗଡ଼ ନଗର ଓ ବ୍ଲକ ବିଜେପିର ବହୁ କର୍ମକର୍ତ୍ତା ମାନେ ଯୋଗ ଦେଇ ବିପିନ ରାବତ ସମେତ ସମସ୍ତ ମୃତ ସେନା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ନଗର ସଭାପତି ମୁନା ମହାନ୍ତି ପୂର୍ବତନ ରାଜ୍ୟ ଉପସଭାପତି ଓଁମ ପ୍ରକାଶ ଯୋଶୀ ନାରୀ ନେତ୍ରୀ ସୈଲ ଵାଲା ବାଗ, ପାଟଣାଗଡ଼ ମହିଳା ସଭାପତି କାଦମ୍ବାନୀ ମିଶ୍ର ଦେବକୀ ତାଣ୍ଡି ସବିତା ସରାଫ ନଗର ସଭାପତି ମୁନା ମହାନ୍ତି ଜିଲ୍ଲା ଯୁବମୋର୍ଚ୍ଚ। ସଭାପତି ସୁଶାନ୍ତ ଦାସ ବିସମ୍ବର ପାଣିଗ୍ରାହୀ ଭକ୍ତବନ୍ଧୁ ନାୟକ କରମ ସରାଫ ସୁରୁ ସିଂ ନିନା ମଣ୍ଡୁ ଯୋଶୀ ନୀଳ ପାଣିଗ୍ରାହୀ ରୁକୁ ସୁନା ମୁରଲୀ ତ୍ରିପାଠୀ ବଲ୍ଲଭ ଧରୁଆ ଶୋଭକର ମେହେର ସମେତ ଶତାଧିକ ବିଜେପି କର୍ମ୍ମୀମାନେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ।

related posts

Leave a Comment