Home Breaking News / ତାଜା ଖବର ଝଡ଼ିଗୁଡ଼ାରେ ନାମ ସଂକୀର୍ତ୍ତନର ଶୁଭାରମ୍ଭ

ଝଡ଼ିଗୁଡ଼ାରେ ନାମ ସଂକୀର୍ତ୍ତନର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ-୧୦/୧୨–(ଧନେଶ୍ବର ରାଉତ)- କୋରାପୁଟ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାନବର ପଂଚାୟତର ଝଡ଼ିଗୁଡା ଠାରେ ଏକ ନାମ ସଂକୀର୍ତ୍ତନ ପାଇଁ ଆଜି ଗଙ୍ଗା ଆବାହନ କରାଯାଇଛି। ପୂର୍ବ ଦିନ କଳସ ଯାତ୍ରା କରି ଦେବ ଆବାହନ କରୀ ନଗର ପରିକ୍ରମା ପୂର୍ବକ ପାରମ୍ପରିକ ମୃଦଙ୍ଗ ଖୋଳ ତାଳରେ ନଗର ପ୍ରକମ୍ପିତ ହୋଇ ଉଠିଥିଲା। ଏହି ନାମ ଯଜ୍ଞ ୨ ଦିନ ଧରି ଚାଲୁ ରହିବ। ଏଠାରେ ନାନା ପ୍ରକାର ସଂସ୍କାର କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ଆୟୋଜକ ମଣ୍ଡଳୀ କହିଛନ୍ତି। ସାଧୁ ସନ୍ଥ ଗହଣରେ ପୂଜାର ଶୁଭାରମ୍ଭ କରାଯାଇଥିଲା। ଯଦି ଗୁଡାର ହରିହନ ବସ୍ତି ନିକଟରେ ଆୟୋଜକ କୁମ୍ଭାର ଭାଇ ମାନେ ସମସ୍ତେ ମିଳି ମିଶି ଏହାର ଆୟୋଜନ କରାଯାଇଛି ବୋଲି ଗୌଡ଼ ଗୁଡାର ସମାଜ ସେବୀ ସୁନା ଧର ଗୌଡ଼ କହିଛନ୍ତି। ମୁଖ୍ୟ ଅତିଥି ମାନଙ୍କ ମଧ୍ୟରେ ବିଲପୁଟ ସବରୀ ନାରାୟଣ ମନ୍ଦିର ର ସମ୍ପାଦକ ଲଳିତ ମୋହନ ପଟନାୟକ ନିଜ ଉପସ୍ଥିତି ଜାହିର କରିଥିଲେ। ଏହି ସାଂକୀର୍ତନ କାର୍ଯ୍ୟକ୍ରମରେ ମସ୍ତିପୁଟ, ବିଲା ପୁଟ, ମହାଦେଇ ପୁଟ, ମୁଷୁରିଆ ଗୁଡା,ମାନବର, ମଳିଗୁଡା,ଗୌଡ଼ ଗୁଡା, ଗିର୍ଲିପୁଟ,କରଞ୍ଜିଆ ଗୁଡା, ପାଙ୍ଗି ପଦର ର ସାଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ

related posts

Leave a Comment