Home Breaking News / ତାଜା ଖବର ଘରେ କେହି ନଥିବା ସୁଯୋଗ ନେଇ ତାଲା ଭାଙ୍ଗି ଚୋରି, ପୋଲିସର ତଦନ୍ତ ଜାରି

ଘରେ କେହି ନଥିବା ସୁଯୋଗ ନେଇ ତାଲା ଭାଙ୍ଗି ଚୋରି, ପୋଲିସର ତଦନ୍ତ ଜାରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରିରେ ଏକ ଚୋରି ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ସନ୍ଧାନୀ କୁକୁର ଏବଂ ଫରେନସିକ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ଗତକାଲି ରାତିରେ ଟିକିରି ଥାନା ଠାରୁ ଅଳ୍ପ କିଛି ଦୂରରେ ଥିବା ଏକ ଘରୁ ସୁନାରୂପା ଗହଣା, ଟଙ୍କା, ଲାପଟପ୍‌ ଚୋରି ହୋଇଥିବାର ଥାନାରେ ଅଭିଯୋଗ କରାଯାଇ ଥିଲା ।
ଟିକିରି ପୁରୁଣା ବ୍ୟାଙ୍କ ସାହି ନିକଟରେ ରହୁଥିବା ସନ୍ତୋଷ ନାୟକଙ୍କ ଘରେ ଦୁର୍ବୃତ୍ତ ମାନେ କଳା କନା ବୁଲାଇ ଥିବାର ଜଣାପଡ଼ିଛି । ଘରେ କେହି ନ ଥିବା ବେଳେ ଘରର ପଛ ପଟୁ ତାଲା ଭାଙ୍ଗି ଘରେ ପଶିଥିଲେ ଚୋର । ଆଲମିରା ଓ ସୁଟକେଶ ଇତ୍ୟାଦିକୁ ଭଙ୍ଗାରୁଜା କରି ପାଞ୍ଚ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପାର ଗହଣା ,ଲାପଟପ୍‌, ନଗଦ ଦଶ ହଜାର ଲୁଟି ନେଇ ଥିବାର ସନ୍ତୋଷ ନାୟକଙ୍କ ଝିଅ ସସ୍ମିତା ନାୟକ ଥାନାରେ ଏତଲା ଦେଇଛନ୍ତି ।
ସନ୍ତୋଷ ନାୟକ ନାୟକ କିଛିଦିନ ହେଲା ପତ୍ନୀ ସହ ଭୁବନେଶ୍ୱର ଯାଇଥିବା ବେଳେ ଘର ଦାୟିତ୍ୱ ଝିଅ ଏବଂ ଜ୍ବାଇଁଙ୍କୁ ଦେଇଥିଲେ । କିନ୍ତୁ ଝିଅ ଏବଂ ଜ୍ବାଇଁ ମାଣବସା ଗୁରୁବାର ପୂଜା ପାଳନ ପାଇଁ ଗତ ବୁଧବାର ଦିନ ନିଜ ଲକ୍ଷ୍ମୀପୁର ବ୍ଲକ ସ୍ଥିତ ଧରଡ଼ା ଗ୍ରାମକୁ ଯାଇ ଥିଲେ । ଗଲା ବେଳେ ସାହିର ଦୁଇ ଜଣ ସମ୍ପର୍କୀୟ ଯୁବକ ଶ୍ୟାମଘନ ପାତ୍ର ଏବଂ ଶ୍ରୀକାନ୍ତ ବେହେରାଙ୍କୁ ରାତିରେ ଘରେ ଶୋଇବା ପାଇଁ ଘର ଚାବି ଦେଇଥିଲେ ।
କିନ୍ତୁଗତ କାଲି ରାତି ପ୍ରାୟ ସାଢ଼େ ଦଶଟାରେ ଘରେ ଶୋଇବା ପାଇଁ ଯାଇଥିବା ଦୁଇ ଯୁବକ ତାଲା ଖୋଲିଲା ବେଳକୁ ଘରର ଜିନିଷ ପତ୍ର ଇତସ୍ତତ ଭାବେ ପଡ଼ି ଥିବା ଦେଖି ସସ୍ମିତା ଏବଂ ତାଙ୍କ ସ୍ୱାମୀଙ୍କୁ ଫୋନ କରି ଜଣାଇ ଥିଲେ । ସସ୍ମିତା ଓ ତାଙ୍କ ସ୍ୱାମୀ ଘରକୁ ଆସି ଦେଖିଲା ବେଳକୁ ଗହଣା ଓ ଲାପଟପ୍‌, ଟଙ୍କା ଲୁଟ୍‌ ହୋଇ ଥିବାର ଜଣାପଡିଥିଲା । ପରେ ଟିକିରି ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇ ଥିବା ଜଣା ଯାଇଛି। ଏହି ଘଟଣାରେ ପୁଲିସ କେସ୍‌ ନଂ ୧୫୩ / ୨୧ ରୁଜୁ କରି ତଦନ୍ତ ଚଳାଇ ଥିବାର ଜଣା ଯାଇଛି ।

related posts

Leave a Comment