Home Breaking News / ତାଜା ଖବର ଜିଲ୍ଲା ଭାଜପା ଯୁବ ମୋର୍ଚାର ଚେତାବନୀ ୨୪ ଘଣ୍ଟା ମଧ୍ୟରେ ନାବାଳିକାକୁ ପରିବାରକୁ ହସ୍ତାନ୍ତର କର ନଚେତ ଥାନା ଘେରାଉ ହେବ

ଜିଲ୍ଲା ଭାଜପା ଯୁବ ମୋର୍ଚାର ଚେତାବନୀ ୨୪ ଘଣ୍ଟା ମଧ୍ୟରେ ନାବାଳିକାକୁ ପରିବାରକୁ ହସ୍ତାନ୍ତର କର ନଚେତ ଥାନା ଘେରାଉ ହେବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୧/୧୧- (ଧନେଶ୍ବର ରାଉତ)- ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ କଲ୍ୟାଣସିଙ୍ଗପୁର ବ୍ଲକ ଅଧିନସ୍ଥ ସିକରପାଇ ଗ୍ରାମର ବାପୁଜି ପାଠାଗାର ରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଉକ୍ତ ସମ୍ମିଳନୀରେ କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ପ୍ରକାର ସମସ୍ୟା ଗୁଡିକରେ ଅନିୟମିତତା ଯଥା କାଳିଆ ଯୋଜନା, ପିଏମ କିଷାନ ଯୋଜନା,ସାର ଯୋଗେଇବା, କୃଷି ଅଧିକାରୀ ଅଭାବ, ଚେକ ଡ୍ୟାମ ସମସ୍ୟା, ଚାଷୀ ବିହନ ସମସ୍ୟା, ପାଣି ପାଇଁ ଟ୍ୟୁବୱେଲ ବ୍ୟବସ୍ଥା ପାଇଁ ଟ.୫୦୦୦/-, ବିପିଏଲ କାର୍ଡରେ ପଞ୍ଜିକରଣ ,ପିଏମ ଆବାସ ଯୋଜନା, ଗୋରୁଶାଳ ଯୋଜନା, ସ୍କୁଲ ଶିକ୍ଷକ ଅଭାବ, ମେଡିକାଲ ଅବ୍ୟବସ୍ଥା, ଯେ.ଇ ମାନଙ୍କର ମାନମୁଖୀ କାର୍ଯ୍ୟ ଓ ଦାଦାଗିରି, ସଫେଇ କାର୍ଯ୍ୟ, ନାବାଳିକା କିଡନାପରେ ପୋଲିସର ଅବହେଳା, ଆଦିବାସୀଙ୍କୁ ଜଙ୍ଗଲ ଜମି ଆଇନ ଅନୁଯାୟୀ, ପଟ୍ଟା ପ୍ରଦାନ, ପ୍ରତ୍ୟକ ଜିଲ୍ଲା ପରିଷଦ ଜୋନରେ ଜଳ ନିଷ୍କାସନ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି । ଏ ସବୁ ସମସ୍ୟା ପାଇଁ ସରକାରୀ କର୍ମଚାରୀ ଏବଂ ବିଜେଡ଼ି ନେତା ହିଁ କାରଣ ବୋଲି ଯୁବ ମୋର୍ଚ୍ଚା ସିଧାସଳଖ ବିଜେଡ଼ି ସଭାପତି ସୁଧୀର ଦାସଙ୍କୁ ଟାର୍ଗେଟ କରି କହିଛି । ଜିଲ୍ଲା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ୟାମ କୁମାର ଦାଶ ଏ ସବୁ ସମସ୍ୟା ଯଦି ସମାଧାନ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହବ ବୋଲି ସେଥିପାଇଁବ୍ଲକ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ଯଦି କଳାହାଣ୍ଡିର ଝିଅ ମମତା ମେହେର କ୍ଷେତ୍ରରେ ବିଧାନ ସଭା ଘେରାଉ କରାଯାଇ ପାରିଲା ତାହେଲେ ଆମ ମାଟିର ନାବାଳିକା ଝିଅକୁ ଅପହରଣ ମାମଲାରେ ପୋଲିସ ଚୁପ କାହିଁକି ତାର ଜବାବ ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେବାକୁ କହିଛନ୍ତି ନଚେତ ଆନ୍ଦୋଳନ କୁ ତୀବ୍ରତର କରାଯିବ। ଆଜକୁ ପ୍ରାୟ ଗତ ୧୬ /୧୧ ତାରିଖ ଦିନ ଦେବଗିରି କଲେଜରୁ ଅପହରଣ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଖୋଜ ଖବର ନାହିଁ ଅତି ଦୁଃଖର ଓ ପରିତାପର ବିଷୟ। ଏହି ସମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶ, ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲ୍ଲକା, ସିକରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, କଲ୍ୟାଣସିଙ୍ଗପୁର ମଣ୍ଡଳ ସଭାପତି ରାମାରାଓ କାଡ୍ରକା, ଜି. ଜଗନ୍ନାଥ, ରୁଦ୍ର ଖଣ୍ଡରିଆ, ଦିଲ୍ଲୀପ ମିନିଆକା, ସୋମେଶ ନିମାଲପୁରୀ, ମନୋଜ ପଟ୍ଟନାୟକ, କୃଷ୍ଣ ସାମଲ, ଟି ମହେଶ୍ୱର ରାଓ, ଧନେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment