Home Breaking News / ତାଜା ଖବର ଓମିକ୍ରନକୁ ହରାଇଲା ଦେଢ଼ ବର୍ଷର ଶିଶୁ

ଓମିକ୍ରନକୁ ହରାଇଲା ଦେଢ଼ ବର୍ଷର ଶିଶୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମାତ୍ ଦେଲା ଦେଢ ବର୍ଷର ଶିଶୁ । ମହାରାଷ୍ଟ୍ରର ପୁନେରୁ ଆସିଛି ଏଭଳି ଆଶ୍ବସ୍ତିକର ଖବର । ଓମିକ୍ରନରେ ସଂକ୍ରମିତ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି ଶିଶୁ ।ପୁନେରେ ଦେଢ଼ ବର୍ଷର ଶିଶୁ ଓମିକ୍ରନରୁ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଞ୍ଚିଛି । ଦିଲ୍ଲୀରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣକ ଜିମ୍ବାଓ୍ବେରୁ ଫେରିଥିଲେ ।
ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓମିକ୍ରନ ସଂକ୍ରମଣ ବଢୁଥିବାର ଦେଖି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ଆସନ୍ତା ୨ ଦିନ ପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ଦୁଇ ଦିନ ମଧ୍ୟରେ ମୁମ୍ବାଇରେ କୌଣସି ସଭା ସମିତି ଓ ରାଲି ହୋଇପାରିବ ନାହିଁ। ମହାରାଷ୍ଟ୍ରରେ ଜଣେ ୩ ବର୍ଷର ଶିଶୁ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ।

related posts

Leave a Comment