Home Breaking News / ତାଜା ଖବର କୁମ୍ଭକାର ସଂଘର ବାର୍ଷିକ ସମ୍ମିଳନୀ

କୁମ୍ଭକାର ସଂଘର ବାର୍ଷିକ ସମ୍ମିଳନୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଞ୍ଚାୟତ ପାଇକରାପୁର ଗାଁ ରେ ଥିବା ଅନନ୍ତ ବାସୁଦେବ ସେବା ସମିତି କାର୍ଯ୍ୟାଳୟ ପରିସରରେ କୂମ୍ଭକାର ସଂଘର ବାର୍ଷିକ ସମ୍ମିଳନୀ ହୋଇ ଯାଇଛି।କୂମ୍ଭକାର ବା କୁରାଳ ସମାଜର ଆରାଧ୍ୟ ଦେବତା ଲକ୍ଷ୍ମୀ ନାରାୟଣ ଙ୍କ ପୁଜାଧି ସମୟ ବା କୁରାଳ ପଞ୍ଚମୀରେ ଏହି ବାର୍ଷିକ ସମ୍ମିଳନୀ ହୋଇ ଯାଇଛି।

ସଂଘର ସଭାପତି ଭାସ୍କର ବେହେରାଙ୍କ ପୌରହିତ୍ୟରେ ମୂଖ୍ୟ ଅତିଥି ଅବସରପ୍ରାପ୍ତ ରାଜସ୍ବ ବିଭାଗର ପ୍ରଶାସନିକ ଅଧିକାରୀ ନୀଳମଣି ବେହେରା, ମୂଖ୍ୟ ବକ୍ତା କୃଷକ ନେତା ଧିରେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଧ୍ରୁବ ଚରଣ ବେହେରା କୁରାଳ ସମାଜ ରାଜ୍ୟ ସଂପାଦକ ଜଇରାମ ସାହୁ, ରାଜ୍ୟ ସଂସ୍କୃତି କଳା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଶିଳ୍ପୀ କଙ୍ଗାଳୀ ଚରଣ ଜ୍ୟୋତି, ମହିଳା ନେତ୍ରୀ ସସ୍ମିତା ବେହେରା, କଣ୍ଠଶିଳ୍ପୀ କୁମାର ସିଲୁ ପ୍ରମୁଖ ଯୋଗଦେଇ କୁମ୍ଭକାର ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସରକାରଙ୍କୁ ଏକ ୭ ଦଫା ସମ୍ବଳିତ ଦାବିପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ଦାବିପତ୍ରରେ ପଡୋଶୀ ରାଜ୍ୟ ଭଳି ଓଡିଶା କୁରାଳ ସମାଜ ର ମାଟି କଳା ବୋର୍ଡ଼ ଗଠନ, କୈାଳିକ ବୃତ୍ତିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପରିଚୟପତ୍ର ପ୍ରଦାନ,ବିମାଭୁକ୍ତ ଓ କାରିଗରୀ ଭତ୍ତା ପ୍ରଦାନ, କୈାଳିକ ବୃତ୍ତିରେ କଞ୍ଚାମାଲ ଓ ଯନ୍ତ୍ରପାତି ପାଇଁ ଆର୍ଥିକ ସହାୟତା ଏହି ଭଳି ୭ ଦଫା ଦାବି ସରକାର ଙ୍କୁ ଦେବା ପାଇଁ କଟକ ଜିଲ୍ଲା କୁମ୍ଭକାର ସଂଘର ବାର୍ଷିକ ଅଧିବେଶନରେ ନିଷ୍ପତ୍ତି ହୋଇଛି।

related posts

Leave a Comment