Home Breaking News / ତାଜା ଖବର ଦେବଗିରି ଶୈବ ପୀଠରେ ଦୁର୍ଘଟଣାରେ ସହିଦ ଯବାନ ଓ ବିପିନ ରାଵତଙ୍କୁ ଶ୍ରଦ୍ଧାଞ୍ଜଳୀ

ଦେବଗିରି ଶୈବ ପୀଠରେ ଦୁର୍ଘଟଣାରେ ସହିଦ ଯବାନ ଓ ବିପିନ ରାଵତଙ୍କୁ ଶ୍ରଦ୍ଧାଞ୍ଜଳୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୦/୧୨-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ଦେବଗିରି ଶୈବପୀଠ ଠାରେ ଯୁଦ୍ଧ ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ସେନା ଯବାନ ଓ ତିନି ସେନା ମୁଖ୍ୟ ବିପିନ ରାଵତଙ୍କ ଉଦ୍ୟେସରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। କ୍ରାନ୍ତୀ କାରୀ ଆଶ୍ରମର ସ୍ୱତନ୍ତ୍ର ବ୍ୟବସ୍ଥାରେ ଆଶ୍ରମର ପ୍ରତିଷ୍ଠାତା ସନ୍ୟାସୀ ସ୍ୱରୂପା ନନ୍ଦ କ୍ରାନ୍ତୀ ବାବାଙ୍କ ତତ୍ୱାବଧାନ ରେ କରାଯାଇଥିଲା। ସେନଙ୍କ ବଳି ଦାନ ସଦାସର୍ବଦା ଭାରତର ସବୁ ପୁରପଲ୍ଲୀର ଜନ ସାଧାରଣ ମନେ ରଖିବେ ବୋଲି ସନ୍ୟାସୀ ଶ୍ରୀ କ୍ରାନ୍ତୀ ବାବା କହିଥିଲେ। ବିର ଯବାନ ଆମର ରହେ, ବ୍ୟର୍ଥ ଜୀବନ ବଳିଦାନ ସମସ୍ତେ ମନେ ରଖିବେ ଚିର ଦିନ ଏହି ସ୍ଲୋଗାନ ରେ ପ୍ରକମ୍ପିତ ହୋଇଥିଲା ଆଶ୍ରମର ସୈନିକ ବାଟୀକା ଠାରେ ସହିଦଙ୍କ ଫଟୋ ଚିତ୍ର ଉପରେ ଫୁଲମାଲ୍ୟ ଓ ଦ୍ବୀପ ପ୍ରଜ୍ବଳନ କରି ୨ ମିନିଟ ମୌନ ଧାରଣ କରି ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଦେବାଶିଷ କର ଓ ସି ଆର ପି ଏଫ କମାନଣ୍ଡାଣ୍ଟ କୃଷ୍ନା ରାଓ ଯବାନ ମାନେ ସାମିଲ ହେବା ସହ ସ୍ଥାନୀୟ ଥାନା ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହା ବ୍ୟତୀତ ସାଧବୀ ପୂର୍ଣ୍ଣିମା ଭଉଣୀ ଓ ଅନ୍ୟ ଅନ୍ତେବାସୀ ସହଯୋଗ କରିଥିଲେ।

related posts

Leave a Comment