Home Breaking News / ତାଜା ଖବର ଏସବିଆଇ ଆଲର୍ଟ : ଶନିବାର ଓ ରବିବାର ୩୦୦ ମିନିଟ ପାଇଁ ଅଚଳ ହୋଇଯିବ ଏସବିଆଇର ସବୁ ବ୍ୟାଙ୍କ ସେବା

ଏସବିଆଇ ଆଲର୍ଟ : ଶନିବାର ଓ ରବିବାର ୩୦୦ ମିନିଟ ପାଇଁ ଅଚଳ ହୋଇଯିବ ଏସବିଆଇର ସବୁ ବ୍ୟାଙ୍କ ସେବା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗ୍ରାହକଙ୍କୁ ଏସବିଆଇର ବଡ ଆଲର୍ଟ
୩୦୦ ମିନିଟ୍ ବନ୍ଦ ହେବ ବ୍ୟାଙ୍କ ସେବା
ଯଦି ଆପଣଙ୍କର ଏସବିଆଇ ବ୍ୟାଙ୍କରେ ଖାତା ଅଛି ତେବେ ଏ ଖବର ଆପଣଙ୍କ ପାଇଁ ଜରୁରୀ । ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ୩୦୦ ମିନିଟ୍ ପାଇଁ ଏହାର ସମସ୍ତ ବ୍ୟାଙ୍କ ସେବା ବନ୍ଦ ରଖିବ । ପ୍ରାୟ ୩୦୦ ମିନିଟ୍ ଯାଏଁ ଇଂଟରନେଟ୍ ବ୍ୟାଙ୍କିଂ ସେବା, ୟୋନୋ, ୟୋନୋ ଲାଇଭ୍‌, ୟୁପିଆଇ ଏବଂ ମୋବାଇଲ ସେବାର ମଧ୍ୟ ନେଇ ପାରିବେ ନାହିଁ । ଶନିବାର ଏବଂ ରବିବାର ଦୁଇ ଦିନରେ ମୋଟ୍ ୩୦୦ ମିନିଟ୍ ପାଇଁ ଆପଣଙ୍କୁ ବ୍ୟାଙ୍କର ଉଭୟ ଅନଲାଇନ୍ ଏବଂ ଅଫଲାଇନ ସେବାରୁ ବଂଚିତ ହେବାକୁ ପଡିବ । ଏହାକୁ ନେଇ ସୂଚନା ଜାରି କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ।

ଏସବିଆଇ ଏହାର ଟୁଇଟର ହ୍ୟାଣ୍ଡଲରେ ଟୁଇଟ୍ କରି କହିଛି ଆମେ ଆମର ସମ୍ମାନୀତ ଗ୍ରାହକଙ୍କୁ ଅନୁରୋଧ କରୁଛୁ କି ସେମାନେ ଆମକୁ ସହଯୋଗ କରନ୍ତୁ । ଆମେ ଉନ୍ନତ ବ୍ୟାଙ୍କ ସେବା ଦେବାକୁ ଉଦ୍ୟମ କରୁଛୁ । ଏହା ପରେ ଲେଖା ରହିଛି ଆମେ ୧୧ ଡିସେମ୍ୱର ୨୦୨୧ ରାତି ୧୧ଟା ୩୦ରୁ ୧୨ ଡିସେମ୍ୱର ସକାଳ ୪ଟା ୩୦ ମିନିଟ୍ ଯାଏଁ ଆଇଟି ସେବାକୁ ଉନ୍ନତ କରିବାକୁ ଉଦ୍ୟମ କରୁଛୁ ।

କେତେବେଳ ଠାରୁ ବନ୍ଦ ରହିବ ବ୍ୟାଙ୍କ ସେବା?
-ଶନିବାର ଓ ରବିବାର ଦୁଇ ଦିନ ବ୍ୟାଙ୍କ ଛୁଟି ରହିଛି
-୧୧ ଡିସେମ୍ୱର ୨୦୨୧ ରାତି ୧୧ଟା ୩୦ରୁ ୧୨ ଡିସେମ୍ୱର ସକାଳ ୪ଟା ୩୦ ମିନିଟ୍‌
-୩୦୦ ମିନିଟ୍ ପାଇଁ ସର୍ବର ମରାମତି ପାଇଁ ବନ୍ଦ ରହିବ ଏସବିଆଇ ଅନଲାଇନ ବ୍ୟାଙ୍କ ସେବା
-ଦେଶରେ ୨୨ ହଜାରରୁ ଅଧିକ ଶାଖା ଏବଂ ୫୭ ହଜାର ୮୮୯ ଏଟିଏମ ରହିଛି
-ଏହି ସମୟରେ ଏସବିଆଇ ଗ୍ରାହକ ଏଟିଏମରୁ ଟଙ୍କା ଉଠାଇ ପାରିବେ

related posts

Leave a Comment