Home Breaking News / ତାଜା ଖବର କାଶୀପୁରରେ ଥମୁନି ଜନନୀ ଯନ୍ତ୍ରଣା ଖଟିଆରେ ବୁହା ହେଲେ ଗର୍ଭିଣୀ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟମାନେ

କାଶୀପୁରରେ ଥମୁନି ଜନନୀ ଯନ୍ତ୍ରଣା ଖଟିଆରେ ବୁହା ହେଲେ ଗର୍ଭିଣୀ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟମାନେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା -୧୦/୧୨-(ଧନେଶ୍ବର ରାଉତ): ସରକାରଙ୍କ ଯୋଜନା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ। କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛାଶକ୍ତିର ଅଭାବ। ସେ ଯାହାବି ହେଉ ସବୁ ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନିରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା।ରାୟଗଡ ଜିଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ସିରନାମ ପାଲଟିଥିବା ବେଳେ ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ ଜୋଡ଼ିହେଇଯାଇଛି।ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଝିରିଖୋଲ ଗ୍ରାମରେ।ଉକ୍ତ ଗ୍ରାମର ସନ୍ତୋଷ ଝୋଡିଆ ଙ୍କ ସ୍ତ୍ରୀ ଲିଲି ଝୋଡିଆ (18) ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଏନେଇ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେକିନ୍ତୁ, ଗାଁ କୁ ପକ୍କା ସଡକ ନଥିବାରୁ ଆମୁଲାନ୍ସ ଗ୍ରାମକୁ ଯାଇପାରିନଥିଲା । ଫଳରେ ଆମ୍ବୁଲାନ୍ସଟି । ଏହାପରେ ତାଙ୍କୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ସରକାରୀ ଯୋଜନା ମାଳ ମାଳ ରହିଥିଲେ ସୁଦ୍ଧା ଏଭଳି ଗ୍ରାମଙ୍କୁ କେବେ ପହଞ୍ଚିବ ବିକାଶ ତାହା ଦେଖିବାକୁ ବାକି ରହିଲା

related posts

Leave a Comment