Home Breaking News / ତାଜା ଖବର ଚାଷୀଙ୍କୁ ଦାଉସାଧୁଛି ‌ବର୍ଷା: ଅମଳ କରିପାରୁନାହାନ୍ତି ଧାନ ବିଳରେ ଓ ଖଳାରେ ଗଜା ହେବାକୁ ବସିଲାଣୀ

ଚାଷୀଙ୍କୁ ଦାଉସାଧୁଛି ‌ବର୍ଷା: ଅମଳ କରିପାରୁନାହାନ୍ତି ଧାନ ବିଳରେ ଓ ଖଳାରେ ଗଜା ହେବାକୁ ବସିଲାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା୯ ୧୦-୧୨ (); ବର୍ଷ ‘ ପ୍ରଭାବରେ ବିନିକା ଅଞ୍ଚଳରେ ଦୁଇଦିନ ହେବ ଆକାଶ ଦିନ ତମାମ ମେଘାଚ୍ଛନ୍ନ ରହିଥିଲାବେଲେ ଗୁରୁବାର ସଂନ୍ଧ୍ୟାରୁ ଝିପି ଝିପି ବର୍ଷ ଚାଲିଛି ସେଥିପାଇଁ ଚାଷୀ ମୁଣ୍ଡରେ ହାତ ଦେଇ ବସି ପଡ଼ିଛି ା ଚାଷୀ କହୁଛନ୍ତି ଦାଉସାଧୁଛି ‌ବର୍ଷା: ଅମଳ କରିପାରୁ ନାହୁଁ ବିଳରେ ଓ ଖଳାରେ ପଡ଼ି ଗଜା ହେବାକୁ ବସିଲାଣୀ ସେଥିପାଇଁ ଚାଷୀ ମୁଣ୍ଡରେ ହାତଦେଇ ବସିପଡ଼ିଲାଣୀ ା ଜିଲ୍ଲା ପ୍ରଶାସନ ଗତ ୬ ତାରିଖରେ ବିନିକା ମଣ୍ଡିରେ କିଛି ଧାନ କିଣା ଅରମ୍ଭହୋିଥିଲାବେଲେ ଅନ୍ୟ ମଣ୍ଡି କି ମହିଲା ଏସଏଜି ଧାନକିଣା ଆରମ୍ଭ କରି ନାହାନ୍ତି ା ଏଣେ ଗତ ୪ ତାରିଖରୁ ଆକାଶ ମେଘୋଛନ୍ନ ରହିବାସହ ଜୱାଦ ପ୍ରଭାବରେ ବର୍ଷ ହେଶଥିଳାବେଲେ ପୁଣି ଆଜି ଦିନ ୪ଟାରୁ ବର୍ଷା ଲାଗି ରହିଥିବାରୁ ଚା‌ଷୀ କରା କରାଯାଇପାରିବ କିଛି ଚିନ୍ତା କରିପାରୁ ନଥିବା ଦୁଃଖର ସହ ପ୍ରକାଶ କରୁଛନ୍ତି ବର୍ତ୍ତମାନ ବିନିକା ଅଞ୍ଚଳରେ ପ୍ରାୟ ୪୫ ପ୍ରତିଶତ ଧାନ ଅମଳ କରି ଚାଷୀମାନେ ଖଳା ସହିତ ବିଲରେ ଖୋଲା ଆକାଶ ତଳେ ପକେଇ ରଖିଛନ୍ତି। ଆହୁରି ୫୫ ପ୍ରତିଶତ ଧାନ ପାଚି ଜମିରେ ରହିଛି। ାଦିର୍ଘଦିନ ହେବ ଆକାଶ ମେଘାଛନ୍ନ ହେବା ସହ ବର୍ଷା ହେଉଥିବାରୁ ଧାନ ଅମଳରେ ବାଧା ସୃଷ୍ଟି ହେଉଛି ା ବିଳକୁ ମାଟି ସଦା ହେଉଥିବାରୁ ଧାନ କଟାଯନ୍ତ୍ର ବିଳକୁ ଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଛନକା ପଶିଯାଇଛି। ସମୟରେ ବର୍ଷା ହେଉଥିବାରୁ କଟା ହୋଇନଥିବା ଧାନ କ୍ଷତି ହେବାସହ ଅମଳ ହୋଇଥିବା ଧାନ ବର୍ଷାରେ ଭିଜି କ୍ଷତି ହେଉଅଛି ା । ପ୍ରଥମରୁ ବର୍ଷା ଅଭାବ ସହିତ କେନାଳ ପାଣି ଅଭାବରୁ ମରୁଡ଼ିର ଶିକାର ହୋଇଥିବା ଚାଷୀ ଯେନତେନ ପ୍ରକାରେ ବଞ୍ଚାଇ ରଖିଥିବା ଫସଲକୁ ଅମଳ କରିବାକୁ ଯାଉଥିବା ବେଳେ ଦାଉ ସାଧିବ ବତ୍ୟା ବୋଲି ଚାଲି ଆଲୋଚନା କରୁଛନ୍ତି ା ଏସୁପାଇଁ ଚ‌ା‌ଷୀ ମାନେ ଚିନ୍ତା ପ୍ରକଟ କରିବା ସହ ନିଜ ଭାଗ୍ୟକୁ ନିନ୍ଦି ଦୁଃଖ ଚାଷୀ ମାନଙ୍କ ପିଛା ଛାଢ଼ୁନି ବୋଲି ଭାବୁଛନ୍ତି ା କେତେବେଲେ ମରୁଡ଼ି ତ କେତେ ବେଳେ ରୋଗ ପୋକ ପ୍ରଭାବ ତ କେତେ ବେଲେ ହାତି ଓ ବରାହ ପ୍ରାଦୁର୍ଭାବତ ଅଦିନା ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣୀ ବୋଲି ଚାଷୀ ମାନେ ମତ ଦେୁଛନ୍ତି ାଚାଷୀ କ୍ଷତି ଗ୍ରସ୍ତ ବାର ବାର ହୋଇ ବିଭିନ୍ନ ବ୍ୟାଙ୍କ ରୁଣ, ସାଉକାର ରୁଣ ତଥା ସାର ଔଷଧ ଉଧାରୀ ଟଙ୍କା କିପରି ପରିଶୋଧ କରିବେ ସେନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ା ଯେଉଁ ମାନେ ଅମଳ ଯାହା ବି କରିଛନ୍ତି  ମଣ୍ଡି ଖୋଲିନଥିବାରୁ ଏହି ସବୁ ପରିସ୍ଥିତ ଦେଖି ଦଲାଲ ହାତରେ ଟେକି ଦେଉଥିବା ଚାଷୀ ଦୁଃଖର ସହ ପ୍ରକାଶ କରୁଛନ୍ତି ା ଅଞ୍ଚଳରେ ହାତି ବରାହ ରେ ବ୍ୟାପକ କ୍ଷତି ହେଉଥିଳେ ମଧ୍ୟ ବନବିଭାଗ ଖାମକ୍ଷିଆଲି ନିତି ଯୋଗୁଁ ଠିକ ହିସାବରେ କ୍ଷତି ର ଆକଳନ ନ କରୁ ତିବାରୁ ଚାଷୀ ବ୍ୟାପକ କ୍ଷତି ସହିବସହ କେତେ କଚାଷୀ କ୍ଷତି ପୁରଣ ପାଇନଥିବା ଅଭିଯୋଗ ହେଉଛି ା ଏଣୁ ଏଥିପ୍ରତି ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେଇକୁ ଚା‌ଷୀ ମହଲରେ ଦାବି ହେଉଛି ା 

related posts

Leave a Comment