Home Breaking News / ତାଜା ଖବର ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ସେହି ୭ ମିନିଟ, ଯାହା ଛଡେଇନେଲା ସିଡିଏସଙ୍କ ଜୀବନ, ଜାଣନ୍ତୁ ପ୍ରକୃତରେ ଘଟିଥିଲା କଣ?

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ସେହି ୭ ମିନିଟ, ଯାହା ଛଡେଇନେଲା ସିଡିଏସଙ୍କ ଜୀବନ, ଜାଣନ୍ତୁ ପ୍ରକୃତରେ ଘଟିଥିଲା କଣ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏମଆଇ ୧୭ ଭିଭିଆଇପି ହେଲିକପ୍ଟର ଉଡାଣ ଭରିବା ପରେ ୧୨ଟା ୧୫ ମିନିଟରେ ଲ୍ୟାଣ୍ଡ କରିବାର ଥିଲା । ହେଲେ ଠିକ୍ ଏହାର ୭ ମିନିଟ୍ ଆଗରୁ ସଂପର୍କ କଟିଯାଇଥିଲା । ଏହି ସଂପର୍କ କେବଳ ଏଟିଏସରୁ କଟିଯାଇନଥିଲା ତ ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତ, ତାଙ୍କର ପରିବାର, ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ସହିତ ୧୪୦ କୋଟି ଦେଶବାସୀଙ୍କ ଠାରୁ ବି ସବୁଦିନ ପାଇଁ କଟିଗଲା ।

ତାମିଲାନାଡୁରେ ଗତ ୮ ଡିସେମ୍ୱରରେ ହୋଇଥିବା ଏହି ଲୋମଟାଙ୍କୁରା ହେଲିକପ୍ଟର ଦୁର୍ଘଟଣା ୨୦୨୦ ମସିହାରେ ତାଇୱାନରେ ସେନା ମୁଖ୍ୟଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁକୁ ତାଜା କରିଦେଇଛି । ସେତେବେଳେ ତାଇୱାନର ଚିଫ୍ ଅଫ୍ ଜେନେରାଲଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା, ବର୍ତମାନ ଭାରତର ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏଥିରେ ସିଡିଏସ ବିପିନ ରାୱତଙ୍କ ସମେତ ମୋଟ୍ ୧୩ ଜଣଙ୍କ ମୃତ୍ୟୁ ଘଟିଛି ।

ଶେଷ ୭ ମିନିଟର କାହାଣୀ, ଯାହା ନେଇଗଲା ସିଡିଏସଙ୍କ ଜୀବନ

  • ୱେଲିଂଟନ ସେନା କଲେଜକୁ ଯାତ୍ରା ଥିଲା ମାତ୍ର ୨୭ ମିନିଟର
  • ୧୧ଟା ୪୮ ସେକେଣ୍ଡରେ ଉଡାଣ ଭରିଥିଲା ସିଡିଏସଙ୍କ ଏମଆଇ ୧୭ ଚପ୍ପର
  • ଚପ୍ପରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କୁ ମିଶାଇ ଥିଲେ ୧୪ ଜଣ
  • ମଧ୍ୟାହ୍ନ ପ୍ରାୟ ୧୨ଟା ୮ ମିନିଟରେ ଚପ୍ପର ସହ ଏଟିଏସ ସଂପର୍କ ଛିନ୍ନ ହୋଇଗଲା
  • ଦିନ ୧୨ଟା ୧୫ ମିନିଟରେ ଲ୍ୟାଣ୍ଡିଂ କରିଥାନ୍ତା ଏମଆଇ ୧୭ ହେଲିକପ୍ଟର
  • ହେଲିକପ୍ଟରର ଦୁର୍ଘଟଣା ଆଗରୁ ୧୯ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଛି
  • କୁହୁଡି ଭିତରେ ପଶିଗଲା ବିମାନ, ଏହା ପରେ ଜୋରଦାର ବିସ୍ଫୋରଣ ଶବ୍ଦ ଆସିଲା
  • ଦୁର୍ଘଟଣା ୧୨ଟା ୧୫ରୁ ୧୨ଟା ୨୦ ମଧ୍ୟରେ ଘଟିଥିଲା ଆଶଙ୍କା
  • ଉଦ୍ଧାର ସମୟରେ ଜୀବିତ ଥିଲେ ସିଡିଏସ
  • ଆଂବୁଲାନ୍ସକୁ ନେବା ପରେ ଡାକ୍ତରଖାନା ଆଗରୁ ଆଖି ବୁଜିଲେ
  • ଉଦ୍ଧାର ବ୍ଲାକ ବକ୍ସରୁ ମିଳିପାରେ ଏଟିଏସରୁ ସଂପର୍କ ଛିନ୍ନ ଓ ଦୁର୍ଘଟଣା ବେଳର ତଥ୍ୟ

୧୨ଟା ୦୮ରେ ଏଟିଏସରୁ ଏମଆଇ ୧୭ ସଂପର୍କ ଛିନ୍ନ ହେବାର କଣ ହୋଇପାରେ କାରଣ? ଏହା ହଠାତ୍ ଛିନ୍ନ ହୋଇଗଲା ନା ଏହା ପଛରେ ରହିଛି କିଛି ଅନ୍ୟ କାରଣ । ପ୍ରତିକୂଳ ପାଗ ଯଦି ଏହାର କାରଣ କୁହାଯାଏ, ତେବେ ଏପରି ଅବସ୍ଥାରେ ହେଲିକପ୍ଟରକୁ ଉଡାଣ ଅନୁମତି ମିଳିଥିଲା କେମିତି । ଏସବୁ ପ୍ରଶ୍ନ ଏବେ ସମସ୍ତ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି ।

related posts

Leave a Comment