Home Breaking News / ତାଜା ଖବର ନରସିଂହପୁର ପୂର୍ବାଞ୍ଚଳରେ ବିଧାୟକ ଦେବୀ ମିଶ୍ରଙ୍କ ମାରାଥନ ଗସ୍ତ: ବିଜୁସେତୁ ସହ ୪୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ନରସିଂହପୁର ପୂର୍ବାଞ୍ଚଳରେ ବିଧାୟକ ଦେବୀ ମିଶ୍ରଙ୍କ ମାରାଥନ ଗସ୍ତ: ବିଜୁସେତୁ ସହ ୪୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା): ନରସିଂହପୁର ପୂର୍ବାଞ୍ଚଳର ବାଲିଝରୀ, କାନପୁର, କାଞ୍ଜିଆପଦା ଓ ପଦାମାଳ, ପଞ୍ଚାୟତରେ ବିଜୁସେତୁ ସମେତ ବାରକୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ଉଦଘାଟନୀ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର, ସ୍ଥାନୀୟ ନିର୍ବାଚିତ ଜିଲ୍ଲାପରିଷଦ, ସମିତି ସଭ୍ୟସଭ୍ୟା, ସରପଞ୍ଚ, ଗାଁ ମୁଖିଆ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ |

ବାଲିଝରୀ ଠାରେ ଆଠକୋଟି ଟଙ୍କାରୁ ଉର୍ଦ୍ଧ୍ବ ପୋତାନାଳ ଉପରେ ନଡ଼ାମୂଳୀ ଠାରେ ବିଜୁସେତୁ ଯୋଜନାରେ ଶିଳାନ୍ୟାସ ସହିତ ମଦନଗୋପାଳ ଉଚ୍ଚବିଦ୍ୟାଳୟରେ 5T ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତିକରଣ ଯୋଜନାରେ ୪୫ ଲକ୍ଷ ଟଙ୍କାର ୨ଟି ସ୍ମାର୍ଟ ସ୍କୁଲ କକ୍ଷ, ଲାଵୋରେଟରୀ, ଲାଇବ୍ରେରୀର ଶୁଭାରମ୍ଭ କରାଯାଇଛି। ଏହା ସହିତ ବାଲିଝରୀ ନୋଡାଲସ୍କୁଲର ଉଦ୍ୟାନ ଓ କିଷାନ ସାହିରେ କୋଠଘରର ଶିଳାନ୍ୟାସ କରାଯାଇଛି। ଏହି ଉପଲକ୍ଷେ ସ୍କୁଲ କମିଟିର ଚେୟାରମ୍ୟାନ ଦ୍ବୟ ଓ କମିଟି ସଭ୍ୟସଭ୍ୟା, ସାହି ସଭାପତିମାନେ ମହିଳା ଯୁବଗୋଷ୍ଠୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ନୋଡାଲ ବିଦ୍ୟାଳୟ ପରିସରରେ ଅଭିଭାବକ ଛାତ୍ରଛାତ୍ରୀଙ୍କ ସହିତ ଏକ ସଭାରେ ମୁଁ ଶିକ୍ଷାବିତ ଶ୍ରୀ ବଳଭଦ୍ର କଟିକିଆ, ସରପଞ୍ଚ ମନମୋହନ ନାୟକ, ସମିତିସଭ୍ୟ ଜୟକୃଷ୍ଣ ନାୟକ,କିଶୋରବାବୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ନାୟକ ଧନ୍ୟବାଦ ଦେଇଥିଲେ।

ଏହାପରେ କାନପୁର ଠାରେ ମିନିଷ୍ଟାଡିୟମରେ ଖୋଲାଜିମ(Open Gymnasium)କୁ ବିଧାୟକ ଶ୍ରୀ ମିଶ୍ର,କ୍ରୀଡ଼ା କାର୍ଯ୍ୟକ୍ରମ ସହିତ ଜଡିତ ଯୁବଗୋଷ୍ଠୀଙ୍କ ସଂଗେ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଲୋକାର୍ପଣ କରିଥିଲେ |

କାନପୁର ବଂଶୀଧର ବିଦ୍ୟାପୀଠରେ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଅଭିଭାବକଙ୍କ ଉପସ୍ଥିତିରେ ସ୍ମାର୍ଟ ସ୍କୁଲରେ ୪୫ଲକ୍ଷଟଙ୍କାରେ ଵ୍ୟୟ ହେବାକୁ ଥିବା କାର୍ଯ୍ୟକ୍ରମର ଶିଳାନ୍ୟାସ କରିଥିଲେ ଶ୍ରୀ ମିଶ୍ର |କନକପୁରର ନବନିର୍ମିତ କୋଠାଘର ଓ ରାଧାକୃଷ୍ଣଙ୍କ ଆସ୍ଥାନଗୃହ ,ମହିଳାଗୋଷ୍ଠୀକେନ୍ଦ୍ର ଗୃହ ପ୍ରଭୃତି ମଧ୍ୟ ଉଦଘାଟନ କରିଥିଲେ । ସର୍ଵଶ୍ରୀ ଅଲେଖ ସାହୁ ଶ୍ରୀ ନିତ୍ୟାନନ୍ଦ ସାହୁ, କିଶୋର ସାହୁ, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସସ୍ମିତା ମହାପାତ୍ର, ସରପଞ୍ଚ ମନମୋହନ ଦାସ, ସମିତି ସଭ୍ୟା ଶ୍ରୀମତୀ ମିନାମଣି ବେହେରା ,ଶ୍ୟାମ ପୃଷ୍ଟି, ସନାତନ ପ୍ରଧାନ, ଧନେଶ୍ୱର ମହାରଣାସମେତ ଶ୍ରୀ କୃପାସିନ୍ଧୁ ଦାଶ, ଶ୍ରୀ ନିତ୍ୟାନନ୍ଦ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ଓ ପଂଚାୟତ କାର୍ଯ୍ୟାଳୟ ସଂଲଗ୍ନ ପ୍ରାଙ୍ଗଣରେ ଏକ ସଭାରେ ବିଧାୟକ ଶ୍ରୀ ମିଶ୍ର ବକ୍ତବ୍ୟ ରଖିଥିଲେ |କାନପୁର ଠାରେ ଏକ ନୂତନ କଲ୍ୟାଣମଣ୍ଡପ ମଧ୍ୟ ଉଦଘାଟନ କରି ଭାଗବତ ଆଶ୍ରମ ଶ୍ରୀ ବଳରାମ ବାରିକ ପ୍ରଭୃତି ଉପସ୍ଥିତିରେ ବୁଲି ଦେଖିଥିଲେ |କନକପୁର କୋଠଘର ଠାରେ ଶ୍ରୀ ହେମନ୍ତ ରଣା, ପ୍ରସନ୍ନ ମହାନ୍ତି ପ୍ରମୁଖ ଗ୍ରାମବାସୀଙ୍କ ସହ ଉପସ୍ଥିତ ଥିଲେ। ଥାନା ସମ୍ମୁଖ ବିଦ୍ୟାଳୟ ନବୀକରଣର ଲୋକାର୍ପଣ କରିବା ସହ ଓ କନକପୁର ବିଦ୍ୟାଳୟ ଉଦ୍ୟାନର ଶୁଭାରମ୍ଭ କରିଥିଲେ ବିଧାୟକ ଦେବୀପ୍ରସାଦ ମିଶ୍ର |

ଏହାପରେ କାଞ୍ଜିଆପଦା ଓ ପଦାମାଳ ଗ୍ରାମପଂଚାୟତରେ ମାର୍କେଟକମ୍ପ୍ଲେକ୍ସ ଠାରୁ ଆରମ୍ଭ କରି ବିଦ୍ୟାଳୟ ରାଧାକୃଷ୍ଣ, ତ୍ରିନାଥ ମଣ୍ଡପ, ବ୍ରଜମାଧୁରୀ ମି.ଇ ବିଦ୍ୟାଳୟ, ମଳିକସାହି କୋଠଘର, ରୂପାନାଥଦେଵଙ୍କ ସନ୍ନିକଟ,ଅତିଥିକେନ୍ଦ୍ର, ଗୋପାଳପୁର, କୋଠଘର, ରାଧାକୃଷ୍ଣ ମଣ୍ଡପ, ରାମଲୀଳାକୋଠଘର ପ୍ରଭୃତି ମୋ ଦ୍ୱାରା ଲୋକାର୍ପିତ ହୋଇଥିଲା। କାଞ୍ଜିଆପଦାରେ ସରପଞ୍ଚ ଶ୍ରୀମତୀହିନ୍ଦୁମୋତି ସ୍ୱାଇଁ , ମନମୋହନ ଦାସ

ପରିଶେଷରେ ମହିଳାଗୋଷ୍ଠୀକେନ୍ଦ୍ର ଉଦଘାଟନ ସହ ପଦାମାଳ ପଂଚାୟତ ପରିସର ପ୍ରାଙ୍ଗଣରେ ଏକ ଜନସଭାରେ ମୁଁ କିଶୋରବାବୁ, ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ଗୋଛି, ସମିତି ସଭ୍ୟ ସନ୍ତୋଷ ରାଉତ, ଅଜୟ ପଣ୍ଡା, ମନମୋହନ ନାୟକ, କୃପାସିନ୍ଧୁ ଦାଶ, ଅନିରୁଦ୍ଧ ମହାଳିକ, ସତ୍ୟବାଦୀ ରାଉତ, ବୈଦ୍ୟନାଥ ନାୟକ, ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିପୁଳ ଉତ୍ସାହ ଓ ଉଦ୍ଦୀପନା ଜନସାଧାରଣଙ୍କ ଭିତରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

related posts

Leave a Comment