Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକରେ ଧାନ ସଂଗ୍ରହ ଓ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଙ୍କଡାହାଡ଼ ବ୍ଲକରେ ଧାନ ସଂଗ୍ରହ ଓ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ):ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ କାମାକ୍ଷା ନଗର ବଜାର ନିୟନ୍ତ୍ରଣ କମିଟି ଦ୍ଵାରା ବ୍ଲକ ସହକାରୀ ଯୋଗାଣ ଅଧିକାରୀ ସୁନିତା ବେହେରା ଙ୍କ ସଭାପତିତ୍ୱରେ 2021-2022 ମସିହା ର ଖରିଫ ଋତୁ ନିମନ୍ତେ ଏକ ବ୍ଲକ ସ୍ତରୀୟ ଧାନ ସଂଗ୍ରହ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାବେ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତିକ ସାହୁ ଯୋଗ ଦେଇ ଥିଲେ l ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ଚାଷୀ ମାନେ କିପରି ସୁବିଧା ରେ ମଣ୍ଡି ରେ ଧାନ ବିକ୍ରି କରି ପାରିବେ ସେଥିପାଇଁ ଗୁରୁତ୍ୱ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀମତୀ ବୁଲବୁଲ ବେହେରା, ସହକାରୀ ନିବନ୍ଧକ ଅନିଲ କୁମାର ରଥ, ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ, RMC ଅଧିକାରୀ ରବିନାରାୟଣ ସାହୁ, ପ୍ରଜ୍ଞା ପରିମିତା ସାହୁ ଓ ବ୍ଲକ ର ସମସ୍ତ ଗ୍ରାମ ପଂଚାୟତ ର ପଚାଶ ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ l ଶେଷରେ ଧାନର କ୍ୱାଲିଟି କିପରି ପରୀକ୍ଷା କରାଯିବ ସେ ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା

related posts

Leave a Comment