Home Breaking News / ତାଜା ଖବର ପ୍ରଶାସନ ଦୃଷ୍ଟି ଦେବ କି ? କାଖରେ ଦିବ୍ୟାଙ୍ଗ ପୁଅ ମୁଣ୍ଡରେ କାଠ ବୋଝ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ମହିଳା

ପ୍ରଶାସନ ଦୃଷ୍ଟି ଦେବ କି ? କାଖରେ ଦିବ୍ୟାଙ୍ଗ ପୁଅ ମୁଣ୍ଡରେ କାଠ ବୋଝ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ମହିଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୯/୧୨ (ସୁନୀଲ ପଟନାୟକ)
କାଖରେ ବିବ୍ୟାଙ୍ଗ ପୁଅ.ମୁଣ୍ଡରେ କାଠବିଡା ଜଣେ ବିଧବା ମହିଳା ବଞ୍ଚିବା ପାଇଁ ସଂଘର୍ଷ ଚଳାଇ ଥିବା ଦେଖିବାକୁ ମିଳିଛି ।
ବିଦ୍ୟାଙ୍ଗ ଓ ବିଧବାମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଏ ସବୁ ଯୋଜନା ବୀପାଙ୍କ ପାଇଁ ସାତ ସପନ।ସର କାରୀ ସହାୟତା ପାଇଁ ପ୍ରଶାସନ ପାଖରେ ବାରମ୍ଵାର ନେହୁରା ହେଲେବି ସରକାରୀ ବାବୁମାନଙ୍କ ଦୃଷ୍ଟି ପଡ଼ୁନ ଥିବା ଶୁଣିବାକୁ ମିଳୁଛି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଅଞ୍ଚଳ ରେ ।
ବାଲିଗୁଡା ଅଞ୍ଚଳର ବିଧବାଦୀପା ମଲିକଙ୍କ ସ୍ଵାମୀଙ୍କ ଅକାଳ ମୃତ୍ୟୁପରେ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସହାୟତା ରାଶି ମିଳିନି କୁ ଆଡେ । ସେହିପରି ବିବ୍ୟାଙ୍ଗ ପୁଅର ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ଯ ମିଳିପାରୁନି।
ଏପଟେ ସ୍ୱାମୀ ପ୍ରତାପଙ୍କ ମୃତ୍ୟୁପରଠାରୁ ଦୀପା ନିଜେ ବଞ୍ଚିବା ସହ ବିବ୍ୟାଙ୍ଗ ପୁଅକୁ ବଞ୍ଚାଇବା ଲାଗି ସଂଘର୍ଷ ଚଳ।ଇଛନ୍ତି ।
ସ୍ଵାମୀଙ୍କ ମୃତ୍ୟୁପରେ ସତେ ଯେମିତି ତାଙ୍କ ଜୀବନରେ ଘନ ଅନ୍ଧକାର ମାଡି ଆସିଛି।
ଘରେ ଆଉ କେହି ନାହାନ୍ତି । ଫଳରେ ବିବ୍ୟାଙ୍ଗପୁଅକୁ ଘରେଛାଡି କେଉଁ ଆଡ଼େ କାମଧନ୍ଦା କରିବାକୁ ମଧ୍ଯ ଯାଇପାରୁନଥିବା କହିଛନ୍ତି ଦୀପା ।
ବହୁ କଷ୍ଟରେ ପୁଅକୁ କାଖରେ ଧରି ଜଙ୍ଗଲକୁ ଯାଇ କ।ଠ ସଂଗ୍ରହ କରି ତାକୁ ବଜାରରେ ବିକି ଚଳୁଛନ୍ତି । ସେହିପରି ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ବି ମିଳି ପାରିନିଏଯାଏ ।
ଫଳରେ ଭଙ୍ଗା ଦଦରା ମାଟି ଘରେ ଭାଗ୍ୟକୁ ଆଦରୀରହୁଛନ୍ତି ଦୀପା ଓ ଦିବ୍ୟାଙ୍ଗ ପୁଅ।
ପ୍ରମାଣପତ୍ର ନ ଥିବାରୁ ପୁଅର ଭତ୍ତା ଗଣ୍ଡାକ ମଧ୍ୟ ମିଳିପାରୁନଥିବା ଜଣାପଡିଛି।
କେବଳ ବିଧବା ଭତ୍ତା ୫୦୦ ଟଙ୍କା ଓ ଚାଉଳ ମିଳୁଛି। ସେତେକ ରେ ଏ ମହଙ୍ଗା ଯୁଗରେ ଚଳିବା ମୁସ୍କିଲ ହୋଇପଡ଼ୁଛି ।
ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସହାୟତାର ହାତ ବଢାଇଲେ ଦୀପା ଓ ବିବ୍ୟାଙ୍ଗ ପୁଅ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

related posts

Leave a Comment