Home Breaking News ଗଞ୍ଜାମ ଏସ୍.ପିଙ୍କ ଦ୍ୱାରା ପୁରସ୍କୃତ ହେଲେ ବେଲଗୁଣ୍ଠା ଓ ଗାଙ୍ଗପୁର ଥାନାର ତିନି ଗୃହରକ୍ଷୀ

ଗଞ୍ଜାମ ଏସ୍.ପିଙ୍କ ଦ୍ୱାରା ପୁରସ୍କୃତ ହେଲେ ବେଲଗୁଣ୍ଠା ଓ ଗାଙ୍ଗପୁର ଥାନାର ତିନି ଗୃହରକ୍ଷୀ

by Times One Odia
Share with
     
 
 
   

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଥାନା ସର୍ବଭାରତୀୟ ସ୍ତରରେ 2ୟ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ବେଳେ ଏହି ବ୍ଲକରେ ଥିବା ଗାଙ୍ଗପୁର ଓ ବେଲଗୁଣ୍ଠା , ଏହି ଦୁଇ ଥାନା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ଥାନାରେ କାର୍ଯ୍ୟରତ ତିନି ଗୃହରକ୍ଷୀ I ସୂଚନା ଅନୁସାରେ ଗାଙ୍ଗପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ରାମେଶ୍ୱର ପାତ୍ର ନିଜର କାର୍ଯ୍ୟ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟଙ୍କ ଠାରୁ ଶ୍ରେଷ୍ଠ ଗୃହରକ୍ଷୀ ଆୱାର୍ଡ଼ ପାଇଛନ୍ତି I ପ୍ରକାଶ ଥାଉକି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର 26 ଜଣ ଗୃହରକ୍ଷୀଙ୍କୁ ସେମାନଙ୍କର କର୍ତ୍ତବ୍ୟ, ନିଷ୍ଠା ଏବଂ ସାହସିକତା ପାଇଁ ଗଞ୍ଜାମ ଏସ୍.ପି ବ୍ରିଜେଶ କୁମାର ରାୟ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି I ଏହି 26 ଜଣଙ୍କ ମଧ୍ୟରେ ଗାଙ୍ଗପୁର ଥାନାରେ କାର୍ଯ୍ୟରତ ରାମେଶ୍ୱର ସ୍ଥାନ ପାଇ ଗାଙ୍ଗପୁର ଥାନାର ଗୌରବ ବଢାଇଛନ୍ତି I ସେହିପରି ବେଲଗୁଣ୍ଠା ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ରାଉତ ଓ ପ୍ରମୋଦ କୁମାର ନାୟକ ମଧ୍ୟ ଉତମ କାର୍ଯ୍ୟ ପାଇଁ ଏସ୍ପି ଶ୍ରୀ ରାୟ ଉଭୟଙ୍କୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ରାମେଶ୍ୱର, ପ୍ରମୋଦ ଓ କୃଷ୍ଣଚନ୍ଦ୍ର ଙ୍କ ଏହି ସଫଳତା ପାଇଁ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ,ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାସ, ବେଲଗୁଣ୍ଠା ପ୍ରେସକ୍ଲବ ର ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ସମେତ କ୍ଲବ ର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି I

related posts

Leave a Comment