Home Breaking News / ତାଜା ଖବର ମିଶନ ଶକ୍ତି ବ୍ୟାଙ୍କ ସଖୀ ମାନଙ୍କ ତାଲିମ ଶିବିର ଅନୁଷ୍ଠିତ

ମିଶନ ଶକ୍ତି ବ୍ୟାଙ୍କ ସଖୀ ମାନଙ୍କ ତାଲିମ ଶିବିର ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୮/୧୨-ଆଜି ରାୟଗଡ଼ର ମିଶନ ଶକ୍ତି ବିଭାଗ ଦ୍ଵାରା ବ୍ଯାଙ୍କ ସଖୀ ମାନଙ୍କର ଏକ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ମାନବ ସମ୍ବଳ ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିରକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଛଅ ଗୋଟି ବ୍ଲକ ଯଥା ବିଷସମକଟକ , ଗୁଡାରି, ଗୁଣୁପୁର, କଲ୍ୟାଣସିଂପୁର, ମୁନିଗୁଡା ଓ ରାୟଗଡା ରୁ ଆସିଥିବା ୧୦ ଜଣ ବ୍ଯାଙ୍କ ସଖୀ ଅଂଶଗ୍ରହଣ କରିଥିଲେ। ବ୍ଯାଙ୍କ ନଥିବା ପଞ୍ଚୟତ ଗୁଡିକରେ ଲୋକମାନଙ୍କ ନିକଟରେ ବ୍ଯାଙ୍କ ସେବା ଯୋଗାଇ ଦେବାପାଇଁ ଏହି ବ୍ଯାଙ୍କ ସଖୀ ମାନଙ୍କୁ ତାଲିମ ଦିଆଯାଇଥିଲା। ଏହି ଶିବିରରେ ମଣିପାଲ ଟେକ୍ନୋଲୋଜିକାଲ ଲିମିଟେଡ (ସହିତେ) ଦ୍ଵାରା ଯୋଗାଇଦିଆଯାଇଥିବା ବ୍ୟଙ୍କିଙ୍ଗ ଉପକରଣ ଗୁଡିକୁ ଜିଲ୍ଲାପାଳ ବ୍ଯାଙ୍କ ସଖୀ ମାନଙ୍କୁ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ, ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ ଓ ଆଇ ସି ଆଇ ସି ଆଇ ବ୍ଯାଙ୍କର ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment