Home Breaking News / ତାଜା ଖବର ବ୍ଲକ୍‌ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର, ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଜାଣିପାରିଲେନି ଯୁବକ ଯୁବତୀ

ବ୍ଲକ୍‌ସ୍ତରୀୟ ନିଯୁକ୍ତି ମେଳା ଓ ପରାମର୍ଶ ଶିବିର, ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଜାଣିପାରିଲେନି ଯୁବକ ଯୁବତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା-୮-୧୨) ବର୍ତ୍ତମାନ ଦେଶ ତଥା ରାଜ୍ୟରେ ବେକାରୀ ସମସ୍ୟଶ ବଢୁଥିବା ବେଳେ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ମେଳାମାନ ଆୟୋଜନ କରୁଛନ୍ତି ା ପୁର୍ବରୁ ଏହା ଜିଲ୍ଲା ସ୍ତରିୟ ହେଉଥିଲାବେଲେ ଏହା ପ୍ରତିବ୍ଳକ ମାନଙ୍କରେ ହେଉଛି ା ଏହାର ଉଦ୍ଦେଶ୍ୟହେଲା ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀମାନେ ଏହାର ଲାଭ ନେଇ ପାରିବେ ା କିନ୍ତୁ ବିନିକା ବ୍ତଳରେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ନିଯୁକ୍ତି ମେଳାରେ ନଗନ୍ୟ ଉପସ୍ଥାନ ଦେଖିବାକୁ ମିଲିଥିଲା ା ଆଜି ଓରମାସ ଆନୂକୁଲ୍ୟରେ ବିନିକା ବ୍ଳକ ପରିସରରେ ଓରମାସ ଡ଼େପୁଡ଼ି ସିଓ ଯୁବରାଜ ସାହୁ ସଭାପତିତ୍ବରେ ନିଯୁକ୍ତି ଓ ପରାମର୍ଶ ଶିବିରରେ ଅନୁଷ୍ଟିତ ହୋଇଯାଇଛି ା ଏଥିରେ ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦ ମୂଖ୍ୟ ଅତିଥି , ଟ୍ରେନିଙ୍ଗ ଜିଲ୍ଳା ଏପିଡ଼ି ଶୈବାଳିନୀ ପଟ୍ଟନାୟକ,ଜିଲ୍ଳା ସଂଯୋଜକ ଦକ୍ଷତା ବିକାଶ ବିଶ୍ବମ୍ବର ପରିଡ଼ା ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗ ଦେଇଥିଲେ ା ସଭାକୁ ବିନିକା ବ୍ଳକ ବିପିଏମ ରଞ୍ଜନ ସ୍ବାଇଁ ସଂଯୋନା କରିଥିଲେ ା ମେଳାରେ ରାଜ୍ୟ ୮ ଗୋଟି ପ୍ରମୁଖ ତାଲିମ ପ୍ରତିଷ୍ଟାନ ଯୋଗ ଦେଇଥିଲେ ା ଗ୍ରାଞ୍ଚଳରୁ ୧୯୧ ଆଶାୟୀ ଯୁବକ ଯୁବତୀ ତାଲିମ ପାଇଁ ଚୟନ ହୋଇଥିଲେ ା ପୁର୍ବ ବର୍ଷ ଡ଼ିଡ଼ିୟୁ –ଜିକେୱାଏ ଯୋଜନାରେ ଅଧିନରେ ତାଲିମ ଗ୍ରହଣକରୀ ବିଭିନ୍ନ ସଂଗଠିତ କମ୍ପାନୀ ମାନଙ୍କରେ ଚାକିରୀ କରିଥିବା ପ୍ରାର୍ଥୀ ଓ ପ୍ରାର୍ଥନୀ ଙ୍କୁ ବିନିକା ବ୍ଳକ ସ୍କିଲ ଆଇକନ ଭାବରେ ସମ୍ମାନିତ କରାଯାଇଥିଲା ା ଏଥିରେ ବିଏଲସି ରାଜେନ୍ଦ୍ର ବିଭାର , ଜଙ୍ଗଳ ବିଭାଗ ,ବ୍ଳକ କର୍ମଚାରୀ ଓ ଗ୍ରାଞ୍ଚଳର ସମସ୍ତ ସିଆରପି ଓ ଏମବିକେ ଗୁଡ଼ିକ ସହଯୋଗ କରିଥିଲେ ା

related posts

Leave a Comment