Home Breaking News / ତାଜା ଖବର ଓମିକ୍ରନ ଅଧିକ ସଂକ୍ରାମକ, ବେଶୀ ଘାତକ ନୁହେଁ

ଓମିକ୍ରନ ଅଧିକ ସଂକ୍ରାମକ, ବେଶୀ ଘାତକ ନୁହେଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓ୍ୱାଶିଂଟନ୍: କୋଭିଡର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଆଶ୍ୱସ୍ତିକର ଖବର ଦେଇଛି ଆମେରିକା । ମହାମାରୀ ବିଶେଷଜ୍ଞ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମେଡିକାଲ୍ ଆଡଭାଇଜର ଆନ୍ଥୋନୀ ଫାଉସୀ କହିଛନ୍ତି, ଓମିକ୍ରନ୍ ଅଧିକ ସଂକ୍ରାମକ । ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକରୁ ଅଧିକ ସଂକ୍ରମଣ କରିବ ।

କିନ୍ତୁ ବେଶୀ ଘାତକ ନୁହେଁ । ବର୍ତ୍ତମାନ ସୁଦ୍ଧା ରିସର୍ଚ୍ଚରୁ ଏହି ତଥ୍ୟ ସାମନାକୁ ଆସିଛି । କିନ୍ତୁ ଏହା କେତେ ମାରାତ୍ମକ ଅଧିକ ତଥ୍ୟ ହାସଲ ପାଇଁ ଗବେଷଣା ଜାରି ରହିଛି ।

ଫାଉସୀ କହିଛନ୍ତି, ଓମିକ୍ରନ୍ ଭାରିଆଣ୍ଟ ଅଧିକରୁ ଅଧିକ ଲୋକଙ୍କ ପାଖକୁ ସଂକ୍ରମିତ କରିବ । ଡେଲଟା ଅପେକ୍ଷା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ । ପୁନଃ ସଂକ୍ରମଣ ଆଶଙ୍କା ବି ରହିଛି । କିନ୍ତୁ ଡେଲଟା ଭଳି ଘାତକ ହୋଇ ନପାରେ । କାରଣ ଦକ୍ଷିଣ ଆଫ୍ରିକାରେ ସଂକ୍ରମିତ ଓ ହସ୍ପିଟାଲାଇଜେସନ୍ ସଂଖ୍ୟା ଡେଲଟା ଅପେକ୍ଷା ବହୁତ କମ୍ । ଆଗକୁ ସବୁଠୁ ଖରାପ ସ୍ଥିତି ଆସିବ ଏବେ ସେଭଳି ପୂର୍ବାନୁମାନ କରି ନାହାନ୍ତି ଫାଉସୀ ।

related posts

Leave a Comment