Home Breaking News / ତାଜା ଖବର ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ନ ହେବାରୁ ଲିଖିତ ଅଭିଯୋଗ ଜଣାଇଲେ ଭାଜପା ମଣ୍ଡଳ ପ୍ରତିନିଧି ଦଳ

ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ନ ହେବାରୁ ଲିଖିତ ଅଭିଯୋଗ ଜଣାଇଲେ ଭାଜପା ମଣ୍ଡଳ ପ୍ରତିନିଧି ଦଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ- ୦୮/୧୨-(ଧନେଶ୍ବର ରାଉତ)-ବିଭିନ୍ନ ମୌଲିକ ସମସ୍ୟାର ସମାଧାନ ନ ହୋଇ ପରିବାରୁ କ୍ଷୁବ୍ଧ ହେଲେ ଭାରତୀୟ ଜନତା ପାର୍ଟି। ଅନେକ ଦିନରୁ ଅର୍ଥାତ ୧୨/୦୩/୨୧ ରେ ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତର ସତର ଖଣ୍ଡ ଗ୍ରାମ ସହ ସଦର ମହକୁମାର ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ସରପଞ୍ଚ ଅମ୍ବିକା ସାରକଙ୍କୁ ଏକ ବିଭିନ୍ନ ପ୍ରକାର ଦାବୀ ସମ୍ବଳିତ ଲିଖିତ ପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ଭତା, ଆବାସ ଗୃହ, ପଞ୍ଚାୟତର ସବୁ ପୋଖରୀର ପୁନରୁଦ୍ଧାର, ପାନୀୟ ଜଳ ସମସ୍ୟା, ପଡି କାର୍ଡ ପ୍ରଦାନରେ ଅବହେଳା ଭଳି ଅନେକ ସମସ୍ୟା ରହିଛି । ଏହାର ସମାଧାନ ଦିଗରେ ପଂଚାୟତ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଇନଥିବାରୁ ଜନ ଅସନ୍ତୋଷ ବଢୁଛି ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ପୁନଃ ଏକ ଲିଖୁତ ଦାବୀ ପତ୍ର ପ୍ରଦାନ କରାଯାଇଛି। ସରପଞ୍ଚ ଙ୍କ ଅନୁପସ୍ଥିତ ଥିବାରୁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କୁ ପ୍ରଦନ କରାଗଲା ବୋଲି ମଣ୍ଡଳ ସଭାପତି ମନୋଜ କୁମାର ସେଠୀ କହିଛନ୍ତି। ଆଗାମୀ ଆଠ ଦିନ ମଧ୍ୟରେ ଦାବୀ ଗୁଡିକ ପୁରଣ କରିବାରେ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି ପାର୍ଟି ତରଫରୁ ଚେତାବନୀ ଦିଆଯାଇଛି। ଏହାର ନକଲ ଥାନା କଲ୍ୟାଣସିଙ୍ଘପୁର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି। ଏହି ଟିମ ରେ ମଣ୍ଡଳ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ବାପୁ ନାୟକ, ଲକୀ କଞ୍ଜକା ଓ ଅନ୍ୟ ନେତୃ ଗଣ ଯୋଗ ଦେଇଥିଲେ।

related posts

Leave a Comment