Share with
ଚେନ୍ନାଇ: ତାମିଲନାଡୁର କନ୍ନୁର ଠାରେ ହୋଇଥିବା ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ବାୟୁସେନାର ଏହି ଏମଆଇ ସିରିଜ୍ ହେଲିକପ୍ଟରରେ ତିନି ସେନାର ମୁଖ୍ୟ(ସିଡିଏସ୍) ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ରହିଥିଲେ।
୧୪ ଜଣଙ୍କୁ ନେଇ ହେଲିକପ୍ଟର୍ଟି ୱେଲିଂଟନ୍ ଏୟାରବେସ୍କୁ ଯାଉଥିଲା ତେବେ ଏହା କୋଏମ୍ବାଟୁର ଓ ସୁଲୁର ମଧ୍ୟରେ କ୍ରାଶ ହୋଇଯାଇଛି। ଘଟଣାସ୍ଥଳରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାୟୁସେନାର ସ୍ୱତନ୍ତ୍ର ଟିମ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ସିଡିଏସ ବିପିନ ରାୱତ ଘଟଣାରେ ଗୁରୁତର ଆହତ ହୋଇଥିବା କୁହାଯାଉଛି। କିନ୍ତୁ ତାଙ୍କ ପତ୍ନୀ ମଧୁଲିକା ରାୱତ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦୁର୍ଘଟଣା ସ୍ଥଳରୁ ଆସିଥିବା ଫଟୋ ଓ ଭିଡିଓରେ ହେଲିକପ୍ଟରଟି ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି।