Home Breaking News / ତାଜା ଖବର ରାୟଗଡା ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ରାୟଗଡା ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦ ୭/୧୨-(ଧନେଶ୍ବର ରାଉତ) -ରାୟଗଡl ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ତା. ୧୧/୧୨/୨୦୨୧ ରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନସ ମାମଲା ଇତ୍ୟାଦି ର ଆପୋଷ ସହମତି ରେ ସମାଧାନ କରା ଯାଇପାରିବ l ବିଚାରାଧୀନ ମକଦ୍ଦମା ସହ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ପ୍ରାକ ମକଦ୍ଦମା ସ୍ତରୀୟ ତଥା କଚେରୀ ରେ ଦାୟର ହୋଇ ନଥିବା ବିବାଦ ର ମଧ୍ୟ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି l ଲୋକ ଅଦାଲତ ରେ କୌଣସି ପ୍ରକାର ଆର୍ଥିକ ବ୍ୟୟ କରିବାକୁ ପଡ଼ୁ ନଥିବାରୁ ଜନ ସାଧାରଣ ଉକ୍ତ ଲୋକ ଅଦାଲତ ର ସୁଯୋଗ ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଚି

related posts

Leave a Comment