Home Breaking News ୫୯ ତମ ଗୃହରକ୍ଷୀ ଦିବସ ପାଳିତ : ଅନ୍ତରୀଣ ଆଇନ ସୁରକ୍ଷାରେ ରହିଛି ଅତୁଲନୀୟ ଅବଦାନ

୫୯ ତମ ଗୃହରକ୍ଷୀ ଦିବସ ପାଳିତ : ଅନ୍ତରୀଣ ଆଇନ ସୁରକ୍ଷାରେ ରହିଛି ଅତୁଲନୀୟ ଅବଦାନ

by Times One Odia
Share with
     
 
 
   

ସୋନପୁର, (୭/୧୨) : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ତରଫରୁ ୫୯ ତମ ଗୃହରକ୍ଷୀ ଦିବସ ପାଳନ ହୋଇ ଯାଇଛି ।ପୋଲିସ୍ ରିଜର୍ଭ ପଡିଆରେ ୫୯ ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ର ଜିଲ୍ଲାପାଳ ଅବୋଲୀ ସୁନିଲ ନରବନେ ଯୋଗ ଦେଇଥିଲେ, ସେହିପରି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ସିଡିଏମଓ ଦିଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ମିଳିତ ପ୍ୟାରେଡ ରେ ଅଭିବାଦନ ରଖିବା ସହିତ ହୋମଗାର୍ଡ ବାହିନୀ ଦେଶ ଓ ଜାତି କର୍ତ୍ତବ୍ୟ ସକାଶେ ଉସର୍ଗିକୃତ ମନୋଭାବ କୁ ପ୍ରଶଂସା କରିଥିଲେ । ଜିଲ୍ଲା ଗୃହରକ୍ଷୀ ବିଭାଗରେ ଉକୃଷ୍ଟ ଅବଦାନ ହେତୁ ହୋମଗାର୍ଡ ମୁକେଶ ପଣ୍ଡା, ବାବୁଲାଲ ତ୍ରିପାଠୀ, ଦାଶରଥି ସିନ୍ଦୁରିଆ, ଦିଲୀପ ଦେହୁରୀ ଓ ହୋମଗାର୍ଡ ଦାୟିତ୍ଵ ରେ ଥିବା ହାବିଲଦାର ମସ୍ତରାମ ସାହୁ , ହାବିଲଦାର ହେମନ୍ତ ସାହୁ ଙ୍କୁ ମାନପତ୍ର ସହିତ ଅର୍ଥରାଶି ରେ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗ ଜୀବନ ପଟେଲ, ହେମନ୍ତ ପାଢ଼ୀ, ହୋମଗାର୍ଡ ଆରକ୍ଷୀ ନିରୀକ୍ଷକ ବିଶ୍ଵନାଥ ଜେନା, ରିଜର୍ଭ ପୋଲିସ୍ ନିରୀକ୍ଷକ ଅମରେନ୍ଦ୍ର ପାଣିଗ୍ରାହୀ, ଡ଼ିଏସପି ହେମ ସାଗର ନନ୍ଦ, ବିମଳ ବାରିକ, ଅନ୍ନପୂର୍ଣ୍ଣା ବେହେରା, କୁମାରୀ ଜିଶା, ଡୋଳା ମଣି ଭୋଇ, ପୁଷ୍ପାଞ୍ଜଳି ନିଙ୍ଗି, ପୁଷ୍ପେନ୍ଦୁ ସାଗର, ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ଜିଲ୍ଲାର କାର୍ଯ୍ୟରତ ହୋମଗାର୍ଡ, ଏନସିସି ଛାତ୍ର ଓ ସମାଜସେବୀ ଭାଗ ନେଇଥିଲେ । ସମୁଦାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ ଭଣ୍ଡାର ଅଧିକାରୀ ଡ୍. ଦୁର୍ଗା ଦାଶ, ସୁବାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ ରେ ସହାୟତା କରିଥିଲେ ।

related posts

Leave a Comment