ରାୟଗଡ-୦୭/୧୨-(ଧନେଶ୍ବର ରାଉତ) ଭାରତୀୟ ଜନତା ପାର୍ଟି ରାୟଗଡ ଜିଲା ତରଫରୁ ଆୟୋଜିତ ୨ ଦିନିଆ ଶିବିର ଉଦଯାପିତ ହୋଇଯାଇଛି। ଶିବିରର ଦ୍ଵିତୀୟ ଦିନରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଭାରତ ମାତା ଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ଦ୍ବୀପ ପ୍ରଜ୍ବଳନ କରି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରତ ଏକ ବୈଭବ ଶାଳୀ ଦେଶ ଥିଲା ତାହା ବିଦେଶୀ ଲୁଣ୍ଠନ ଓ ନର ହତ୍ୟାକାରୀ ମହାମଦ ଘୋରି ଅଠର ଥର ଆକ୍ରମଣ କରି ବାର ବାର ଲୁଟିଥିବେ ତାହା ସହଜରେ ଅନୁମେୟ। କିନ୍ତୁ ଏଭଳି କି ସୁନାର ଚିଡ଼ିଆ ର ଦେଶ କୁ କିପରି ବିଦେଶ ନୀତିରେ ଭାରତର ବୈଭବକୁ ତଳି ତଳାନ୍ତ କରିବାକୁ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ଜଣେ ସଚୋଟ ବ୍ୟକ୍ତି ଭାରତର ପ୍ରଧାନ ମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁନର୍ବାର ବିଶ୍ୱ ଗୁରୁ ଓ ସଂସ୍କୃତି ଭାରତ ଆଡକୁ ଅଗ୍ରସର କରିବାରେ ସଫଳ ହୋଇଛନ୍ତି। ପ୍ରଶିଖିଣ ଶିବିରରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିଭଳି ଚାଷୀଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ଶିବ ପଟନାୟକ ମହୋଦୟ ସଙ୍ଗଠନକୁ ତୃଣ ମୂଳ ତରଫରୁ ସୁଦୃଢ଼ କରିବାକୁ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁଥ ସ୍ତରରେ ଏକ ୨୫ ଜଣିଆ ଦଳକୁ ଗଠନ କରିବାକୁ ମଣ୍ଡଳ ସଭାପତିଙ୍କ ନିର୍ଦେଶ ଦେଇଛନ୍ତି। ସବୁ ୱାର୍ଡ, ପଞ୍ଚାୟତ ସ୍ତରରେ ପ୍ରାର୍ଥୀ ଚୟନ କରି ଜିଲ୍ଲା ତଥା ରାଜ୍ୟ ଅନୁମୋଦନ ପାଇଁ ଶୀଘ୍ର ପଠାଇବାକୁ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ର ସରକାର ଗଠନ ହେବାକୁ ଯାଉଛି ତେଣୁ ଆମେ ସମସ୍ତେ ମିଳିମିଶି କାମ କରୁଥିବା ହେବ ଓଡିଶା ମାଟିରୁ କୁ ଶାସନ କୁ ହଟାଇବା ପାଇଁ ଅଣ୍ଟା ଭିଡ଼ିବାକୁ କହିଛନ୍ତି। ସଭା ଶେଷରେ ଆୟୋଜନ ରେ ଗୁଣୁପୁର ର ସହଯୋଗ କରିଥିବା ସବୁ କାର୍ୟ କାର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲା ସଭାପତି ଶ୍ରୀ ପଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଅଭିବାଦନ ଜଣାଇଥିଲେ। ଏହି ଉଜପାନୀ ସମୟରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା ଗିରିଧର ଗମାଙ୍ଗ, ସମ୍ପାଦକ କିଶୋର ପଣ୍ଡା, ଉପସଭାପତି ୱାଇ ଗଣପତି, ଗୁଣୁପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ପୃଥ୍ବୀ ରାଜ ପାଢ଼ୀ, ରାମ ବେହେରା, ଆଦିବାସୀ ମୋର୍ଚ୍ଚା ସମ୍ପାଦକ ବିଦ୍ୟାଧର ଶବର, ରବି ଗମାଙ୍ଗ, ଅର୍ଚନା ବର୍ମା, ରଂଜନା ଉପାଧ୍ୟାୟ, ଗୌରୀ ମାଣ୍ଡଙ୍ଗି ଓ ସବୁ ମଣ୍ଡଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।
୨ ଦିନିଆ ଭାଜପା ପ୍ରଶିଖିଣ ଶିବିର ଉଦଯାପିତ:- ସାଂସ୍କୃତିକ ଭାରତ ନିର୍ମାଣ ସର୍ବୋପରି ଉପ ସଭାପତି ବଳଭଦ୍ର ମାଝୀ
Share with