Home Breaking News / ତାଜା ଖବର ବାକି ଟଙ୍କା ମାଗିବାରୁ ବଚସା-ମରଣାତ୍ମକ ଆକ୍ରମଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ପରିବାର ଲୋକଙ୍କ ଶବରଖି ରାସ୍ତାରୋକ ଟିକିରିରେ ଚାପା ଉତ୍ତେଜନା

ବାକି ଟଙ୍କା ମାଗିବାରୁ ବଚସା-ମରଣାତ୍ମକ ଆକ୍ରମଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ପରିବାର ଲୋକଙ୍କ ଶବରଖି ରାସ୍ତାରୋକ ଟିକିରିରେ ଚାପା ଉତ୍ତେଜନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା ୦୭/୧୨-(ଧନେଶ୍ବର ରାଉତ) ଗତକାଲି ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଗୋକୁଳମୁଣ୍ଡା ଠାରେ ମାତ୍ର ୩୧ ଟଙ୍କା ବାକି ପଇସା ମାଗିବାରୁ ଦୁଇଜଣଙ୍କ ମଧ୍ୟରେ ବଚଶା ହୋଇ ଉଗ୍ରରୁପ ହୋଇ ମାଡ ପିଟ ହୋଇଥିଲେ।ଏଥିରେ ଉତକ୍ଷିପ୍ତ ହୋଇ ଦୋକାନ ମାଲିକ ବାବୁଲି ବେହେରା କାଠ ଫାଳିଆରେ ମୁଣ୍ଡକୁ ଆଘାତ କରିବା ଫୋଳରେ କ୍ରିଷ୍ଣା ଝୋଡିଆ ଗୁରୁତର ହୋଇ ଯାଇଥିଲେ।ସ୍ଥାନିୟ ଲୋକ ମାନେ ଗୁରୁତରଙ୍କୁ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିେଲ। କ୍ରିଷ୍ଣାଙ୍କ ଅବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ କୋରାପୁଟ ଜିଲ୍ଲା ଚିକିତ୍ସାଳୟ ଓ ପରେ ବିଶାଖପାଟଣା ସ୍ଥାନାନ୍ତର କରିବା ସମୟରେ ବାଟରେ ମୃତ୍ଯୁ ଘଟିଛା। ମୃତ୍ଯୁ ପର ପରିବାର ଲୋକ ମୃତ୍ଯୁ ଦେହରଖି ଗୋକୁଳମୁଣ୍ଡା ମୁଖ୍ଯ ରାସ୍ତା ଓ ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି ।ଟିକିରିରେ ଚାପା ଉତେଜନା ଦେଖିବାକୁ ମିଳିଛି। ଖବରପାଇ ଟିକିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ତିତି କୁ ଆୟତକରି ସମାଧାନ କରିବାକୁ ଚେଷ୍ଠା କରୁଛି ଏହା ସହିତ କାଶୀପୁର ତହସିଲଦାର ଶରତ ଶଵର ଓ ରାୟଗଡା ଏସ୍ ଡିବିଓ ମଧ୍ୟ ଉପସ୍ଥିତ ରହି ଲୋକଙ୍କୁ ଵୁଝା ସୁଝା କରୁଥିବା ଦେଖିବାକୁ ମିଳିଛି । ଆକ୍ରମଣ କାରୀଙ୍କୁ ଅଟକ ରଖି ପଚରା ଉଚରା ଚାଲିଛି ପରିବାର ଲୋକେ କ୍ଷତି ପୂରଣ ଦାବୀ କରିବା ସହ ଦୋଷୀକୁ କଠିନ ଦଣ୍ଡ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

related posts

Leave a Comment