Home Breaking News ଶିକ୍ଷୟିତ୍ରୀ ମମତା ମେହେରଙ୍କୁ ନ୍ୟାୟ ପ୍ରଦାନ ବିଳମ୍ବ ପାଇଁ ୯ ତାରିଖ ଦିନ ରାଜ୍ୟ ଯୁବ ମୋର୍ଚ୍ଚା ତରଫରୁ ବିଧାନସଭା ଘେରାଉ ପାଇଁ ରାୟଗଡରେ ସଜବାଜ

ଶିକ୍ଷୟିତ୍ରୀ ମମତା ମେହେରଙ୍କୁ ନ୍ୟାୟ ପ୍ରଦାନ ବିଳମ୍ବ ପାଇଁ ୯ ତାରିଖ ଦିନ ରାଜ୍ୟ ଯୁବ ମୋର୍ଚ୍ଚା ତରଫରୁ ବିଧାନସଭା ଘେରାଉ ପାଇଁ ରାୟଗଡରେ ସଜବାଜ

by Times One Odia
Share with
     
 
 
   

ରାୟଗଡ-୦୭/୧୨-(ଧନେଶ୍ବର ରାଉତ)- ଆସନ୍ତାକାଲି,ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାଶିଷ ଭାଇଙ୍କ ଆହ୍ୱାନକ୍ରମେ ଭଉଣୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ଥିବା ନେଇ ସମସ୍ତଙ୍କ ଦାବି ଥିବାରୁ ତାଙ୍କର ମନ୍ତ୍ରୀପଦ ବହିଷ୍କାର ଏବଂ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ପ୍ରଦାନରେ ବିଳମ୍ବ ଦୋଷୀଙ୍କୁ ସରକାର ଘଣ୍ଟ ଘୋଡାଉଥିବା କୁ ନେଇ ଆସନ୍ତା ଡିସେମ୍ବର ୯ ତାରିଖ ଦିନ ହେବାକୁ ଥିବା ବିଧାନସଭା ଘେରାଉ ଆନ୍ଦୋଳନକୁ ଜୋରଦାର କରିବା ଲାଗି ରାୟଗଡା ଜ଼ିଲ୍ଲାର ସହ ସହ ଯୁବକ ଭୁବନେଶ୍ୱର ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଜିଲାର ସବୁ ମଣ୍ଡଳର ଯୁବକଙ୍କୁ ଏକଜୁଟ କରି ଏକ ମହା ଗର୍ଜନ କରିବାକୁ ସଜବାଜ ହେଉଥିବା ଓ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଇସାରିଷଙ୍କ ଆହ୍ୱାନକୁ ସଫଳ କରିବାକୁ ବଦ୍ଧପରିକର ବୋଲି ନୂତନ ଭାବେ ଦାଇତ୍ୱ ନେଇଥିବା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ୟାମ ଦାସ କହିଛନ୍ତି। ଏହି ଆନ୍ଦୋଳନ ଜିଲା ତଥା ବ୍ଲକ ପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇ ବିଧାନ ସଭା ପର୍ଯ୍ୟନ୍ତ ପହଞ୍ଚିଛି ଏହାକୁ ପୁନର୍ବାର ତୃଣମୂଳ ସ୍ତରରେ କରାଯିବ ଯେତେବେଳ ପର୍ଯ୍ୟନ୍ତ ଶିକ୍ଷୟିତ୍ରୀଙ୍କ ଦୋଷୀଙ୍କୁ ଦଣ୍ଡ ମିଳିନି ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଭାଜପା ସ୍ୱଷ୍ଟ କରିଛି।

related posts

Leave a Comment