ବିନିକା-୭-୧୨ (ଅକ୍ଷୟ ପୂଜାହାରୀ): ବିନିକା ବ୍ଳକ ଐତିହାସିକ ଚରଦାର ଶୈବ ପିଠ ଶ୍ରୀ କପିଲେଶ୍ୱର ମନ୍ଦିର ସଭାଗୃହଠାରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସମାବେଶ ସଂଘର ସଭାପତି ପ୍ରମୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦ ମୁଖ୍ୟଅତିଥି , ବିନିକା ବିଡିଓ ବ୍ୟାସଦେବ ବେହେରା, ବିନିକା ଏନ.ଏ.ସି ନିର୍ବାହି ଅଧିକାରୀ ଶ୍ରୀକୁମାର ରଥ ,ଓଷ୍ଟାର ପ୍ରାକ୍ତନ ରାଜ୍ୟ ସଭାପତି ପୁରନ୍ଦର ଦାଶ, ଶିକ୍ଷକ ନେତା ବଲଦେବ ଭୋଇ, ଶିକ୍ଷକ ନେତା ଗଜିନ୍ଦ୍ର ଦଣ୍ଡସେନା ,କୋଷାଧ୍ୟକ୍ଷ ଗଜେନ୍ଦ୍ର ମିଶ୍ର, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅବସର କର୍ମଚାରୀଙ୍କ ପେନସନ ରେ ଥିବା ବିଭିନ୍ନ ସମସ୍ୟା ଦୁରକରିବା ବିଷୟରେ ଆଲୋଚନା ହେବା ସହ ବିଭିନ୍ନ ଶିକ୍ଷା ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଗୋଟିଏ ପଟରେ ସରକାର ୫-ଟି ଅନ୍ତଭୁକ୍ତ କରି ସ୍କୁଲ କଲେବର ପରିବର୍ତ୍ତନ କରୁଥିବା ବେଳେ ଅନ୍ୟପଟରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଆଦୈା କରାଯାଉନଥିବାରୁ ଅଧିକାଂଶ ବିଦ୍ୟାଳୟ ଶିକ୍ଷକ ଶୁନ୍ୟ ହେବାକୁ ବସିଲାଣି ା ଯାହାର ପରିଣାମ ସରୁପ ଦୁଇ ତିନି ବର୍ଷ ପରେ ସମ୍ପୁର୍ଣ୍ଣ ଶିକ୍ଷକ ଶୁନ୍ୟ ହୋଇ ଆପେ ଆପେ ସ୍କୁଲ ଗୁଡ଼ିକ ବନ୍ଦ ହେବାର ଜଳ ଜଳ ହୋଇ ଦେଖା ଯାଉଥିବା ବେଲେ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଧାର ଭିତରକୁ ଠେଲି ଦେଉଥିବା ଯୋଗୁଁ ଉଦବେଗ ପ୍ରକାଶ ପାଇଥିଲା। ଅବଶର କର୍ମଚାରୀ ସଭାଗୁର ସୁରକ୍ଷା ପାଇଁ ପାଚେରି ନିର୍ମାଣ କରାଯିବାର ବ୍ୟବସ୍ଥା ଶିଘ୍ର କରିବାକୁ ମୂଖ୍ୟଅତିଭାବରେ ଥିବା ବ୍ଳକ ଅଧ୍ୟକ୍ଷ ଶ୍ରୀ ନନ୍ଦ ପ୍ରତିଶୃତି ଦେଇଥିଲେ ା
ବୈଠକରେ ସଂଘର ସମ୍ପାଦକ ପ୍ରେମାନନ୍ଦ ଦୋରା ବିବରଣୀ ପଠନ କରିଥିବା ବେଳେ ଉପ ସଭାପତି ଦୀନବନ୍ଧୁ ନାୟକ ଧନ୍ୟବାଦ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଯୁଗ୍ମ ସମ୍ପାଦକ ସୁଦର୍ଶନ ତରିଆ, ବରିଷ୍ଠ ସଭ୍ୟ ଶଶୀଭୂଷଣ ଶତପଥି, ଉପଦେଷ୍ଟା ନବକୃଷ୍ଣ ପୂରୋହିତ, ବଦ୍ୟନାଥ ପଣ୍ଡା, ଭକ୍ତବନ୍ଦୁ ନାୟକ, କିଶୋର ପାଣିଗ୍ରାହୀ,ସତ୍ୟ ମହାନ୍ତି , ସୁରେନ୍ଦ୍ର ପାଣିଗ୍ରାଟହି, ଘଡ଼ିଗୋପାଳ ପଣ୍ଡା , ସମିତ୍ରି ପତି, ଚନ୍ଦ୍ରଭାନୁ ନନ୍ଦ ,ମାନ ଗୋବିନ୍ଦ ମେହେର, ଏକଦୋଷିଆ ଥନାପତିଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସମାବେଶ : ବୈଠକରେ ହାଇସ୍କୁଲ ମାନଙ୍କରେ ଶିକ୍ଷକ ଶୁନ୍ୟ ହେବା ଆଶଙ୍କା ନେଇ ଉଦବେଗ
Share with