Home Breaking News / ତାଜା ଖବର ଗୋଚ୍ଛା ପଡା ପୋଲିସଅବକାରୀ ବିଭାଗର ଚଢ଼ାଉ, 148 ଏକର ଗଞ୍ଜେଇ ଚାଷ ନଷ୍ଟ

ଗୋଚ୍ଛା ପଡା ପୋଲିସଅବକାରୀ ବିଭାଗର ଚଢ଼ାଉ, 148 ଏକର ଗଞ୍ଜେଇ ଚାଷ ନଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-7/12(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଗଂଜେଇ ଚୋରା ଚାଲାଣ ରୋକିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ମଙ୍ଗଳବାର କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମାନେ ମିଶି ପଲ୍ଲା ବୁରୁଡି ପଞ୍ଚାୟତର କଲାଡି ଜଙ୍ଗଲ ନିକଟରେ ବେଆଇନ ଗଂଜେଇ ଚାଷ ନଷ୍ଟ କରିଥିବା କଥା ଥାନା ଅଧିକାରୀ ରଂଜିତ ମୁନି କହିଛନ୍ତି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛ ର ବଜ଼ାର ମୂଲ୍ୟ ପଚାଶ ଲକ୍ଷ ଟଙ୍କା ହେବ ବୋଲି ମୁନି କହିଛନ୍ତି ।

ଏନେଇ ଗୋଚ୍ଛା ପଡl ପୋଲିସ 122/21 ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ଥାନା ଅଧିକରୀ ରଂଜିତ ମୁନି l ତେବେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ସତ୍ୱେ ନିୟ ମିତ ଭାବେ ବେଆଇନ ଗଂଜେଇ ଚାଲାଣ ହେଉଛି କେମିତି ବୋଲି ପ୍ରଶ୍ନ ଉଠୁଛି l
ଏଣୁ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ସତର୍କ ଦ୍ରୁଷ୍ଟି ଦେବାକୁ ଦାବିହେଉଛି

related posts

Leave a Comment