Home Breaking News / ତାଜା ଖବର କଟୁମୁଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାନ୍ଦପୁର ଟିମ ଚମ୍ପିୟାନ

କଟୁମୁଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାନ୍ଦପୁର ଟିମ ଚମ୍ପିୟାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ)ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କଟୁମୁଣ୍ଡା ଖେଳ ପଡିଆ ଠାରେ କଟୁମୁଣ୍ଡା ସନସାଇନ କ୍ରିକେଟ କ୍ଳବ ଆନୁକୂଲ୍ୟରେ ୧୧ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେଇଅଛି ।ଆଜି ର ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ କଙ୍କଡ଼ାହାଡ଼ ସାମ୍ବାଦିକ ସଙ୍ଘ କୋଷାଧ୍ୟକ୍ଷ ନବକିଶୋର ସାହୁ ଯୋଗ ଦେଇଥିଲେ | ଫାଇନାଲ ମ୍ୟାଚ ଚାନ୍ଦପୁର କ୍ରିକେଟ କ୍ଲବ ଓ ନରହରିପୁର କ୍ରିକେଟ କ୍ଲବମଧ୍ୟରେ ଅନୁଷ୍ଠିତ ହେଇଥିଲା । ନରହରି କ୍ରିକେଟ କ୍ଲବ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରି ୧୫ ଓଭର ରେ ୯୩ ରନ କରିଥିଲା ବେଳେ ଚାନ୍ଦପୁର କ୍ରିକେଟ କ୍ଲବ ୧୪.୪ ଓଭରରେ ୯୪ ରନ କରି 1 ଉଇକେଟ ରେ ବିଜୟୀ ହେଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ରେ ଚାନ୍ଦପୁର ଟିମ ବିଜୟୀ ହେଇ ଚମ୍ପିୟାନ ହେଇଅଛି ।ମ୍ୟାନ ଅଫ ଦି ସିରିଜ କ୍ଷୀରୋଦ ସାହୁ ହେଇଥିଲେ।ଖେଳ ପରିଚାଳନା କରିଥିଲେ ମାନସ ନାଏକ, ରମାକାନ୍ତ ନାଏକ।ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ର କୋଷାଧ୍ୟକ୍ଷ ନବକିଶୋର ସାହୁ ଚାମ୍ପିୟାନ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ, ସଂମାନିତ ଅତିଥି କଟୁମୁଣ୍ଡା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ରନର୍ସ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଭାବେ ଗ୍ରାମ ସଭାପତି ସୁରେଶ ବେହେରା,ବିଜେଡି ପଞ୍ଚାୟତ ସଭାପତି ବାଙ୍କନିଧି ବେହେରା,ଅମାନତ ସାହୁ, ନିରଞ୍ଜନ ନାଏକ, ମହୁର ନାଏକ,ପ୍ରଫୁଲ ସିଂହ, କାଳନ୍ଦୀ ବେହେରା, କଳାକର ସିଂହ,ବିଜୟ ନାଏକ,ପଟ୍ଟାୟତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।କଟୁମୁଣ୍ଡା କ୍ରିକେଟ କ୍ଲବର ସଦସ୍ୟ ଖଗେଶ୍ବର ନାଏକ, ପ୍ରଦୀପ ନାଏକ, ବସୁଦେବ ନାଏକ,ଲୁଲୁ ନାଏକ,ପିଣ୍ଟୁ ନାଏକ,ସୁଧାକର ନାଏକ,କାଳନ୍ଦୀ ନାଏକ,ଅଭୟ ନାଏକ,ବିଭୂତି ନାଏକ,ଜୟକୃଷ୍ଣ ନାଏକ,ବାଇଧର ନାଏକ,ହରିଷ ନାଏକ,ସୁରେଶ ନାଏକ,ସୁନୀଲ ନାଏକ ଙ୍କ ସହିତ କ୍ଲବ ର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।ଧାରା ବିବରଣୀ ପ୍ରଦାନ କରିଥିଲେ ଉମାକାନ୍ତ ପ୍ରଧାନ,ଗୁରୁଚରଣ ନାଏକ ।

related posts

Leave a Comment